ପାଲଲହଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି; ୫୪ଟି ଅଭିଯୋଗର ଶୁଣାଣି, ୩ ଜଣଙ୍କୁ ରେଡକ୍ରସ ସହାୟତା
ପାଲଲହଡ଼ା: ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ପାଲଲହଡ଼ା ବ୍ଲକ ମୁଖ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଶିବିରରେ ସାଧାରଣ ଲୋକଙ୍କଠାରୁ ଆସିଥିବା ମୋଟ ୫୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀମାନେ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ୩ ଜଣ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ମୋଟ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।



