Spread the love

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ

କନ୍ଧମାଳ , ତା, ୧୫/୦୭:(ସୁଶୀଳ କୁମାର ପାଣିଗ୍ରାହୀ): ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ର ଧାରା ୨୬(୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରଥଯାତ୍ରା ପର୍ବରେ କନ୍ଧମାଳ ଜିଲ୍ଲାର ସମସ୍ତ ମଦ ଦୋକାନ ଗୁଡ଼ିକ ୧୫ ତାରିଖ ସନ୍ଧ୍ୟା ୪ ଟାରୁ ୧୬ ତାରିଖ ଦିନ ତମାମ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବନ୍ଦ ରହିବ। ଏପରି ବନ୍ଦ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଜଣାଇଛନ୍ତି l କନ୍ଧମାଳ ଜିଲ୍ଲାପାଳ ଙ୍କ ଏହିଭଳି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ଜିଲ୍ଲାର ବିଭିନ୍ନ ମହଲ ରୁ ସାଧୁବାଦ ଜଣାଯାଇଛି l

Leave a Reply

Your email address will not be published. Required fields are marked *