ବସନ୍ତ ନିଳୟ ସାହିତ୍ୟ ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଯାଜପୁର __ ଯାଜପୁର ନମୈଜା ଠାରେ ଅବସ୍ଥିତ ନିଗମାନନ୍ଦ ସାରସ୍ବତ ଆଶ୍ରମରେ ବସନ୍ତ ନିଳୟ ସାହିତ୍ୟ ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଏବଂ। ସମ୍ବର୍ଦ୍ଧନା ସଭା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ବସନ୍ତ ନିଳୟ ସାହିତ୍ୟ ସଂସଦର ସଭାପତି ପଣ୍ଡିତ ମହେଶ୍ଵର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ ର ଚକ୍ରଧର ଦାଶ, ମୁଖ୍ୟ ବକ୍ତା ଭାବେ ନିଗମାନନ୍ଦ ଆଶ୍ରମ ର ପ୍ରାଣ ପ୍ରତିଷ୍ଠାତା ତଥା ବରିଷ୍ଠ ଇଞ୍ଜିନିୟର ଏବଂ ସମାଜସେବୀ ଇଞ୍ଜିନିୟର ନିଳାଦ୍ରୀ ଭୂଷଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିପ୍ଳବ କବି ଧନେଶ୍ୱର ରାଉତ, ସମ୍ମାନିତ ଅତିଥି ଭାବେ ମୁଖ୍ୟ ସମ୍ପାଦକ କବି ଗୋବିନ୍ଦ ଚନ୍ଦ୍ର ନନ୍ଦ,ପ୍ରକାଶିକା ବସନ୍ତ ମଞ୍ଜରୀ ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନଙ୍କ କରକମଳରେ ବସନ୍ତ ନିଳୟ ଲୋକାର୍ପଣ ହୋଇଥିଲା। ପ୍ରଥମେ ମଞ୍ଚକୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ କବି ତଥା ଶିକ୍ଷୟିତ୍ରୀ ରଶ୍ମିତା ସେନାପତି। ଅତିଥି ମାନଙ୍କୁ ସଶ୍ମିତା ନନ୍ଦ, ପ୍ରିୟଦର୍ଶିନୀ ନନ୍ଦ, ଶୁଭକାନ୍ତ ନନ୍ଦ,ସୈମ୍ୟକାନ୍ତ ନନ୍ଦ, ଶୁଭଦର୍ଶିନୀ ନନ୍ଦ,ସ୍ବର୍ଣ୍ଣଶ୍ରୀ ନନ୍ଦ ପ୍ରମୁଖ ବ୍ୟାଚ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରମୁଖ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ କରୁଣାକର ସାମଲ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷାବିତ ପ୍ରମୋଦ ମଲ୍ଲିକ। ଶିକ୍ଷାବିତ ଅକ୍ଷୟ କୁମାର ପଣ୍ଡା ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ମାନପତ୍ର ପାଠ କରିଥିଲେ। ଅନ୍ତର୍ଯ୍ୟାମୀ ବେଜ,ସଂଯୁକ୍ତା ମିଶ୍ର, ପର୍ଶୁରାମ ବେହେରା,ବିନୋଦ ବେହେରା,ସୋନାଲିନ ମିଶ୍ର, କୁମାରୀ ଶ୍ରଦ୍ଧାଞ୍ଜଳି ଦାଶ, ରତିକାନ୍ତ ମହାନ୍ତି, କୁମାରୀ ଲିପସା ରାଉତ, ସୁଶାନ୍ତ କୁମାର ତରାଇ,ବସନ୍ତ ବେଉରିଆ, ସରୋଜ କୁମାର ମଲ୍ଲିକ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ସାମ୍ବାଦିକ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା ସରୋଜ କୁମାର ସାହୁ, ସାମ୍ବାଦିକା ସରୋଜିନୀ ମହାନ୍ତି , ସାମ୍ବାଦିକ ଦିପକ ନାୟକ ପ୍ରମୁଖ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସମ୍ପାଦକ ମଣ୍ଡଳୀ ଉଷାରାଣୀ ମଲ୍ଲିକ, ରଶ୍ମିତା ସେନାପତି,ପାପାଲି ଭୁୟାଁ,ସନ୍ନିଭା ମିଶ୍ର (ଦାଶ), ପ୍ରଫୁଲ୍ଲ କୁମାର ମହାନ୍ତି, ନିରୁପମା ପଣ୍ଟା, ପଣ୍ଡିତ ନାରାୟଣ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।



