ସେପ୍ଟେମ୍ବର ୩୦ରେ ଓଏସ୍ଏସ୍ଟିଇଟି-୨୦୨୬; ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ସୂଚନା
କଟକ: ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି)-୨୦୨୬। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏନେଇ ପରୀକ୍ଷାର୍ଥୀମାନଙ୍କୁ ସୂଚନା ଦିଆଯାଇଛି।
ବୋର୍ଡର ସୂଚନା ଅନୁସାରେ, ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ହେବ। ପରୀକ୍ଷାର୍ଥୀମାନେ ଯେପରି ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ସକାଳ ୭ଟା ୪୫ ମିନିଟ୍ ସୁଦ୍ଧା ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ପରାମର୍ଶ ଦେଇଛି।
ଅନ୍ୟପକ୍ଷରେ, ଗତ ସେପ୍ଟେମ୍ବର ୨୦ ତାରିଖରେ ପ୍ରକାଶିତ ବୋର୍ଡର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ ରହିଛି। ତେଣୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ଏଥିରେ ଥିବା ପରୀକ୍ଷାକେନ୍ଦ୍ର ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିନେବାକୁ କୁହାଯାଇଛି।
ପରୀକ୍ଷା ଦିନ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବା ସହ ଆବଶ୍ୟକୀୟ ଦଲିଲପତ୍ର ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।
