କବିସୂର୍ଯ୍ଯନଗର ଠାରେ ଶ୍ରୀ ହନୁମାନ ମୂର୍ତ୍ତି ସ୍ଥାପନ ଉତ୍ସବ ରେ ଯୋଗଦେଲେ ବିଧାୟିକା

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୫.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମା ମହାମୟୀଙ୍କ ମନ୍ଦିର ପାର୍ଶ୍ଵରେ ପିତ୍ତଳ ରେ ନିର୍ମିତ ପାଞ୍ଚଶହ ଓଜନର ଜୟବୀର ହନୁମାନଙ୍କ ବିଗ୍ରହ ମୃତ୍ତି ସ୍ଥାପନ କରାଯାଇଛି ।ପ୍ରଭୁ ବଜରଙ୍ଗ ବାଲି ଓ ମା ମହାମୟୀ ଙ୍କ ଦର୍ଶନ ପାଇଁ ଆଜି କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପହଞ୍ଚି ସେଠାରେ ନାମଯଜ୍ଞ ର ଶୁଭ ଉଦ୍ଘାଟନ କରିଥିଲେ । ସେହିପରି ପ୍ରଭୁଙ୍କ ଦର୍ଶନ ପାଇଁ ଅନ୍ୟମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ତହସିଲଦାର ଶ୍ରୀଯୁକ୍ତ ପ୍ରକାଶ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବାସୁଦେବ ନାହକ,ପୂର୍ବତନ ନଗର ପାଳ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର,ବିଜେଡି ସଭାନେତ୍ରୀ ତଥା ପୂର୍ବତନ ନଗର ପାଳିକା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ସାହୁ,ନଗର ସଭାପତି ଭଗବାନ ସ୍ୱାଇଁ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ରସଲ ଦାସ, ଦିଲ୍ଲୀପ ସାହୁ,ରାକେଶ ପ୍ରଧାନ,ସୁର୍ଦଶନ ପ୍ରଧାନ,ଅରୁଣ ନାୟକ,ପ୍ରସନ୍ନ ନାୟକ,ସୁରଜ ରେଡ୍ଡୀ, କାଳିଆ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହିତ ପ୍ରଭୁ କୃପା ଲାଭ କରିଥିଲେ ।ଜିଲ୍ଲା ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ମହାମାୟୀ ମନ୍ଦିର କୁ ଆସୁଥିବା ବେଳେ ଏହି ହନୁମାନଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ଦ୍ୱାରରେ ରହିଥିବା ହେତୁ ପ୍ରଥମେ ପ୍ରଭୁ ସଙ୍କଟ ମୋଚନଙ୍କ ଦର୍ଶନ ଲାଭ କରି ମନ୍ଦିର ଭିତରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁମାନେ । ଏହି ମୂର୍ତ୍ତି ସ୍ଥାପନ ଉତ୍ସବ ରେ ପ୍ରଥମ ଦିନରେ ୧୦୮ ମହିଳାଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିବା ବେଳେ ଦୁଇଦିନ ଧରି କବିସୂର୍ଯ୍ୟନଗର ପରିବା ସଙ୍ଘ ପକ୍ଷରୁ ସହର ବାସୀ ଙ୍କ ପାଇଁ ପ୍ରସାଦ ସେବନ ଆୟୋଜନ କରାଯାଇଛି ।




