ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଚୋରୀ ଓ ସମ୍ପୃକ୍ତି ଅଭିଯୋଗରେ ପାଞ୍ଚଜଣ ଗିରଫ

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ତାଳଚେର /ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ଫାଷ୍ଟ ଗେଟ ସମ୍ମୁଖରୁ ଜଣେ ମହିଳାଙ୍କ ବେକରୁ ତିନି ଦୁର୍ବୁତ୍ତ ଗୋଟିଏ ସୁନା ଚେନ୍ ଛିଣ୍ଡାଇ ଚୋରୀ କରିଥିବା ଅଭିଯୋଗ ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି l ସୂଚନା ମୁତାବକ ଗତ ୧୮ ତାରିଖରେ ଜଣେ ମହିଳା ବ୍ୟାଙ୍କ୍ ରୁ ଫେରିବା ସମୟରେ ତିନିଜଣ ଅଭିଯୁକ୍ତ ଗୋଟିଏ ପଲସର୍ ଯୋଗେ ଆସି ସେହି ମହିଳାଙ୍କ ବେକରୁ ୧୨ ଗ୍ରାମ୍ ର ସୁନା ଚେନ୍ ଟାଣି ନେଇ ଜନୈକ ମହିଳା ଙ୍କୁ ହସ୍ତାନ୍ତର କରିଥିଲେ l ହସ୍ତାନ୍ତର ପରେ ଉକ୍ତ ମହିଳା ଜନୈକ ଅଳଙ୍କାର ଦୋକାନ ରେ ଏହି ଚେନ୍ କୁ ବେଆଇନ୍ ଭାବେ ତରଳାଇ ଥିଲେ l ଯେଉଁ ମହିଳା ଙ୍କ ବେକରୁ ଚେନ୍ ଚୋରୀ ହୋଇଥିଲା, ଉକ୍ତ ମହିଳା ଜଣକ ତାଳଚେର ଥାନାରେ ଚୋରୀ ସମ୍ପର୍କରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ତାଳଚେର ପୋଲିସ ଏହି ଚୋରୀ ରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l



