Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୂଆଁଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ 

ବ୍ରହ୍ମପୁର, ରିପୋର୍ଟ, ଟୁକୁନା ପ୍ରଧାନ, ( ୦୬.୦୩.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଗଞ୍ଜାମ ଛତ୍ରପୁର ଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ କୋଦଳା, ବେଗୁନିଆପଡା ଙ୍କ ତତ୍ତ୍ଵାବଧାନରେ ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ଉଦ୍ଦେଶ୍ଯ ରେ ଏକ ତାଲିମ ଶିବିର ସଂଚାର – ୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଲିମ୍ ଦାତା ଶ୍ରୀମତୀ ସସ୍ମିତା କ଼ୁମାରୀ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ କିପରି ଯତ୍ନ ନେବେ ଏବଂ ସେମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହେବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ ଏ ନେଇ ଶ୍ରୀମତୀ ବାରିକ ଅଭିଭାବକ ମାନଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ହରିହର ପ୍ରଧାନ, ବି ଆର୍ ଟି ଧ୍ରୁବ ଚରଣ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ସି ଆର୍ ସି ସି ଜଗନ୍ନାଥ ବାରିକ ପ୍ରମୂଖ ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ କିପରି ଯତ୍ନ ନେବ ଏବଂ ସେମାନେ କିପରି ଶିକ୍ଷା ଅର୍ଜନ କରିବେ ସେ ଦିଗରେ ଅଭିଭାବକ ମାନେ ଧ୍ୟାନ ଦେବା ପାଇଁ ମତ ବ୍ୟକ୍ତ କରିଥିଲେ । ଏଥିରେ ୪୦ ଜଣ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ ଏଥିରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଟି ଆଇ ଇ ଭି କୃଷ୍ଣ ଚନ୍ଦ୍ର ଭୂୟାଁ ଏବଂ ସତ୍ୟବାନ ଜେନା ଙ୍କ ଦ୍ଵାରା ସଂଯୋଜନା ହୋଇଥିଲା ।