Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅନୁଗୁଳ ଏମ୍ ବି ସି ସ୍ପୋର୍ଟିଂ କୁ ମାତ ଦେଇ ୟୁନିଅନ୍ ସ୍ପୋର୍ଟିଂ କଟକ ବିଜେତା

(ଜେ . ବି. ଏନ୍ /ସୁଶାନ୍ତ କୁମାର ସାମଲ) ୧୪/୦୩ /୨୦୨୧ ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ଖେଳ ପଡିଆରେ ମା ବ୍ରାହ୍ମୟଣୀ କ୍ରିକେଟ କ୍ଲବ ପକ୍ଷରୁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ୯ ତମ ଏପି. ସିଂହ ମେମୋରିଆଲ କପ (ତଥା ୨୯ ତମ ଏମ୍ ବି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ) ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ରେ ରାଉରକେଲାର ଜିମ୍ ଖାନା, ଅନୁଗୁଳ ର ମା ବୁଢୀ କ୍ରିକେଟ କ୍ଲବ, ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ, ପୁରୀ ର ମହାବୀର କ୍ରିକେଟ କ୍ଲବ, କୁଲାଡ ର ଏନ ଆର ସି ଏ ,(NRCA) ଭଦ୍ରକ ର ରେଲୱେ କ୍ରିକେଟ କ୍ଲବ, କଟକ ର ସୋଲାର କ୍ରିକେଟ କ୍ଲବ, ଓ କଟକ ର ୟୁନିଅନ ସ୍ପୋର୍ଟିଂ କ୍ଲବ ଆଦି ଦଳ ଭାଗ ନେଇଥିଲେ। ଆଜି ର ଅନ୍ତିମ ଦିବସ ରେ ୟୁନିୟନ ସ୍ପୋର୍ଟିଂ ଓ ଏମ ବି ସି ସି (MBCC) ଅନୁଗୁଳ ମଧ୍ୟରେ ମୁକାବିଲା ହୋଇଥିଲା।

ଅନୁଗୁଳ ଦଳ ପ୍ରଥମ ଟଚ ଜିତି ଫିଲଡ଼ିଂ କରିବା ର ନିଷ୍ପତ୍ତି ନେଇଥିଲେ। କଟକ ଦଳ ପ୍ରଥମେ ଫିଲ୍ଡ ର ଉପଯୋଗ ଅନୁଯାୟୀ ବେଟିଂ କରି ପାଞ୍ଚ ୱିକେଟ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଅନୁଗୁଳ ଦଳ ସମସ୍ତ ୱିକେଟ ହରାଇ ୮୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନିକାନ୍ତ ସିଂହ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ର ବିଧାୟକ ସୁଶାନ୍ତ କୁମାର ସିଂହ, ତାଳଚେର୍ ବିଧାୟକ ବ୍ରଜ୍ କିଶୋର୍ ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପାଲଲହଡ଼ା ବିଧାୟକ୍ ମୁକେଶ ପାଲ, ଆଠମଲ୍ଲିକ ବିଧାୟକ୍ ରମେଶ ସାଏ, ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ମଞ୍ଜୁଲତା ସାହୁ, ବ୍ଲକ ଅଧ୍ୟକ୍ଷ ଅଞ୍ଜଳି ଭୋଇ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଏହି ଖେଳ ଟୁର୍ନାମେଣ୍ଟ ରେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳ ଙ୍କୁ ସିଲ୍ ଓ କପ ପ୍ରଦାନ କରି ପୁରସ୍କୃତ କରିଥିଲେ। ଯୁବ ନେତା ଅରୁନାଭ ସିଂହ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁବାଷ୍ ଚନ୍ଦ୍ର ପଟ୍ଟନାୟକ, ବିଘୋର ରଞ୍ଜନ ସିଂହ, ପ୍ରବୀଣ କୁମାର ସାମଲ, ବବି ସିଂହ, ପ୍ରକୁଲ ସିଂହ, ଙ୍କ ସମେତ ମା ବ୍ରାହ୍ମୟଣୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ରେ ସହଯୋଗ କରିଥିଲେ।