Spread the love

ହକି ଓ୍ବାଲ୍ଡକପର ପ୍ରଚାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାପାଇଁ ରାଉରକେଲା ରୁ ଭୁବନେଶ୍ୱର ସାଇକେଲ ଶୋଭାଯାତ୍ରା।

ହକି ଓ୍ବାଲ୍ଡକପକୁ ରାଜ୍ୟ ସରକାର ଲଗାତର ଦିତିୟଥର ଆୟୋଜନ କରୁଛି। ଏବଂ ଆସନ୍ତା ୧୩ ତାରିଖରେ ହକି ଓ୍ବାଲ୍ଡକପ ଅନୁଷ୍ଠିତ ହେବ। ତେଣୁ ସାରି ରାଜ୍ୟ ଏକପ୍ରକାରର ହକିପେମରେ ପଡିଯାଇଛନ୍ତି। ପୃଥିବିରେ ଅନେକ ଧନିଶାଳି ଦେଶ ଥାଇ ମଧ୍ୟ ହକି ଓ୍ବାଲ୍ଡକପ ଆୟୋଜନ କରି ପାରିନଥିଲେ। କିନ୍ତୁ ଓଡିଶା ଗୋଟିଏ ଛୋଟି ରାଜ୍ୟ ହୋଇ ଲଗାତର ଦୁଇ ଦୁଇ ଥର ଆୟୋଜନ କରୁଛି। ଏବଂ ରାଉରକେଲା ଠାରେ ଏକ ପୃଥିବୀର ସର୍ବବୃହତ ଷ୍ଟାଡିୟମ ପ୍ରତିଷ୍ଠା କରିଛନ୍ତି। ଯାହାର ସବୁ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯାଉଛି। ଏବ ସୁନ୍ଦରଗଡକୁ ହକିର ଏନ୍ତୁଡିଶାଳ ବୋଲି ବିବେଚନା କରାଯାଇଛି। ତେଣୁ ସୁନ୍ଦରଗଡର ବିଭିନ୍ନ ଗ୍ରାମରୁ ୧୫୦ ଜଣ ଯୁବକ ପ୍ରାୟ ୩୫୦ କିମି ଯାତ୍ରା କରି ହକିର ପ୍ରଚାର ପ୍ରସାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଆସିଛନ୍ତି। ଏହି ଦଳ ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ରେ ପହଞ୍ଚିବା ପରେ ବିଜୁ ଜନତାଦଳ ତରଫରୁ ସ୍ବାଗତ କରାଯାଇଥିଲା।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Leave a Reply

Your email address will not be published. Required fields are marked *

You missed