Spread the love

ପନ୍ଦରଭରଣିଆ ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ପନ୍ଦରଭରଣିଆ-ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ନନ୍ଦିରା ବିଜୁ ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନାରେ ପ୍ରାୟ ୫୧୮.୮୨ ଲକ୍ଷ ବ୍ୟୟ ଅଟକଳରେ ଏହି ବିଜୁ ସେତୁ ନିର୍ମାଣ ହେବାକୁ ଯାଉଛି। ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ AUCC ବ୍ୟାଙ୍କ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ବଅଁରପାଳ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ୨୭ ନଂ ଯୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଗୋପାଳ ନାଏକ , ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ବେହେରା, ମଙ୍ଗଳ ପୁର ସରପଞ୍ଚ, RD ବିଭାଗୀୟ ଯନ୍ତ୍ରୀ, ଗ୍ରାମ ସଭାପତି , ପୂର୍ବତନ ସରପଞ୍ଚ ଶ୍ରୀ ଉଛବ ଦେହୁରୀ ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ ।ଏହି ବିଜୁ ସେତୁ ଦ୍ବାରା ୩ଟି ନିର୍ବାଚନ ମଣ୍ଡଳୀ ର ଲୋକ ମାନେ ଉପକୃତ ହୋଇପାରିବେ । ପରିଶେଷରେ ସ୍ଥାନୀୟ ବାସିନ୍ଦା ମାନେ ମାନ୍ୟବର ଉପ- ବାଚସ୍ପତି ଓ ମାନ୍ୟବର ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *