Spread the love

ମଙ୍ଗୁଳିରେ ୫୦ ଫୁଟ ତଳକୁ ଖସିଲା ମାଲ୍ ବୋଝେଇ ଅଟୋ

।

ଚୌଦ୍ଵାର ମଙ୍ଗୁଳି ୫୫ନମ୍ବର ଜାତୀୟ ରାଜପଥ ରେ ଘଟିଲା ଅଘଟଣ । ରାସ୍ତା ଉପରୁ ୫୦ଫୁଟ ତଳକୁ ଖସିଲା (ଓଡି ୦୫ ବି ଏଫ୍ ୬୬୨୮)ନମ୍ୱର୍ ମାଲ୍ ବୋଝେଇ ଅଟୋ। ସୂଚନା ଯୋଗ୍ୟ ଆଜି ସନ୍ଧ୍ୟା ୫.୩୦ଘଟିକା ରେ ମଙ୍ଗୁଳି ସ୍ଥିତ ଶ୍ରୀ କ୍ରିଷ୍ଣା ଏଣ୍ଟରପ୍ରାଇଜେସ ର କିଛି ରଙ୍ଗ ଡେଲିଭରି କରିବାକୁ ମଙ୍ଗୁଳି ରୁ ଡିହ ସାହି କୁ ଯାଉଥିବା ବେଳେ ଚାଉଳିଆ ପୋଲ ପାସ୍ କରି ବିପରୀତ ଦିଗ କୁ ପାଖା ପାଖି ୫୦ଫୁଟ ତଳକୁ ଖସିଲା ଅଟୋ। କେମିତି ହେଲା କାରଣ ଅସ୍ପଷ୍ଟ। ଡ୍ରାଇଭର କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ କୁ ପଠାଯାଇଛି । ଘଟଣା ସ୍ଥଳ ରେ ଚୌଦ୍ଵାର ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ୫୫ ନମ୍ୱର୍ ଜାତୀୟ ରାଜପଥ ର ସମ୍ପ୍ରସାରଣ କାମ ଦୀର୍ଘ ୫ବର୍ଷ ହେଲା ନ ସରିବାରୁ ଛୋଟ ବଡ଼ ଦୁର୍ଘଟଣା ପ୍ରତ୍ୟେକ ଦିନ ଘଟୁଛି। ରାସ୍ତା କାମ କେବେ ସରିବ ଅଞ୍ଚଳ ବାସୀ ମାନଙ୍କ ମନରେ ପ୍ରଶ୍ନ ଉଠିଛି।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *

You missed