Spread the love

ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ଶହକୁ ଅଟୋ ଭଡ଼ା ଘୋଡ଼ା ୬ କୁ ଦାନା ୯ ।


ଚୌଦ୍ୱାର ପୌର ପାଳିକା ଅନ୍ତର୍ଭୁକ୍ତ 19 ଗୋଟି ୱାର୍ଡ ରେ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତି ବିଶେଷ ଙ୍କ ବ୍ୟାଙ୍କ ଖାତା କୁ ସିଧା ସଳଖ ଭତ୍ତା ପଇସା ଯାଉଥିବା ବେଳେ ଏହି ସ୍କିମ ରେ ପାଉଥିବା ବାର୍ଦ୍ଧକ୍ୟ ବ୍ୟକ୍ତି ଯେଉଁମାନେ କି ବେଡ଼ରିଡେ଼ନ ଅଛନ୍ତି ସେମାନେ କିପରି ବ୍ୟାଙ୍କ କୁ ଯାଇ ପଇସା ଉଠାଇବେ ତାହା ଏବେ ଚିନ୍ତା ର ବିଷୟ ହୋଇଛି l ଏହାର ସ୍ପଷ୍ଟ ଉଦାହରଣ ହେଉଛି ନିରଂଜନ ନାୟକ ଯିଏକି ପ୍ରଧାନ ସାହି ରେ ବସବାସ କରୁଥିବା ବେଳେ ତାଙ୍କ ମା ବେଡ଼ରିଡେନ ଥିବାବେଳେ ବ୍ୟାଙ୍କ କୁ ଯିବା ପାଇଁ ପାଞ୍ଚଶହ ଟଙ୍କା ଖର୍ଚ୍ଚ କରି ଭତ୍ତା ପଇସା ଆଣିବା ଶହ ଅଟୋ ଖର୍ଚ୍ଚ ରେ ତାଙ୍କ ଭତ୍ତା ପଇସା ପଳାଉଛି l ଯାହାକି ଏବେ ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଚୌଦ୍ୱାର ପୌରପାଳିକା କୌଣସି ପଦକ୍ଷେପ ନ ନେବା ସହ ପୌରପାଳିକା ର କର୍ମଚାରୀ ନିଦ୍ରା ରେଶୋଇ ରହିଥିବା ସହ ପୌର କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଜଣାପଡିଛି l
ପ୍ରତି ମାସ ରେ ପୌରପାଳିକା ରେ ହେଉଥିବା କାଉନସିଲ ମୀଟିଙ୍ଗ ରେ ଏହି ତଥ୍ୟ କୁ ଉଠାଇବା ସହ ଇନ୍ଦିରାଗାନ୍ଧୀ ପେନସନ ଯୋଜନା ରେ 19 ଗୋଟି ୱାର୍ଡ ରେ ଥିବା ହିତାଧିକାରୀ ଯେଉଁମାନେ କି ବ୍ୟାଙ୍କ ଯାଇପାରିବେ ନାହିଁ ତାଙ୍କୁ କିପରି ଭାବେ ପୌର କର୍ତ୍ତୃପକ୍ଷ ତାଙ୍କ ଘରେ ସିଧାସଳଖ ଭତ୍ତା ପଇସା ଦେଇପାରିବେ ଏହା ସ୍ପଷ୍ଟ ହେବାର ଆବଶ୍ୟକ ରହିଛି l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।

Leave a Reply

Your email address will not be published. Required fields are marked *

You missed