Spread the love

ଚୌଦ୍ୱାର ପୌରପାଳିକାର ପଡିଏସ ସାମଗ୍ରୀ ର ଅବ୍ୟବସ୍ଥା କୁ ନେଇ କାଉନସିଲ ବୈଠକ

ଚୌଦ୍ୱାର ପୌର ପାଳିକା ରେ ଆଜି ପୌରପାଳିକା ର ଚେୟାରମ୍ୟାନ ଙ୍କ ଅଧକ୍ଷତା ରେ ଏକ ବିଶେଷ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପଡିଏସ ସାମଗ୍ରୀ ର ଅବ୍ୟବସ୍ଥା କୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥିର ହୋଇଥିବା ମାଗଣା ରାସନ ସମେତ ଗହମ ଅଳ୍ପ ଆସିଥିବାରୁ ଏବଂ ଠିକ ସମୟରେ ପହଂଚି ନପାରିଥିବାରୁ ହିତାଧିକାରୀ ମାନେ ପାଇ ପାରୁ ନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା l
ଏହି ସାମଗ୍ରୀ ଗତ ଡିସେମ୍ବର ମାସ ରୁ ଏ ପର୍ଯ୍ୟନ୍ତ ଆସିପାରିନଥିବା ବେଳେ ଏହା ମାତ୍ର ଚାଳିଶ ପ୍ରତିଶତ ଆସିଥିବା ବେଳେ ଏହାକୁ କିପରି ଭାବେ ୧୯ ଗୋଟି ୱାର୍ଡ ରେ ବଣ୍ଟା ଯିବ ତାହା ଏବେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ଆଜିର ଏହି ବୈଠକ ରେ ମାର୍ଚ୍ଚ ପୂର୍ବରୁ ସେଲସେଣ୍ଟର ର ରିନୁ କରିବା ସହିତ
ପୂର୍ଵରୁ ହୋଇଥିବା ପୀଡିଏସ


ସାମଗ୍ରୀ ଘୋଟଲା ରେ ପୌର କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଏହି ଘଟଣା ଭିଜିଲାନ୍ସ ନିକଟରେ ବିଚାରଧୀନ ଥିବାବେଳେ ପୌରପାଳିକା କିପରି ଭାବେ ତାହାର ପୂର୍ଵ ଓ ସ୍ୱଚ୍ଛ ବ୍ୟବସ୍ଥା କୁ ଫେରିପାରିବ ସେ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l
ଏହି କାଉନସିଲ ବୈଠକ ରେ ଚୌଦ୍ୱାର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡା, ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *

You missed