Spread the love

ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପି ଏସ୍ ଏସ୍ ଜେ ଡିଗ୍ରୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଆଲୋଚନା ର ବିଷୟ ବସ୍ତୁ ଥିଲା ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟ, ଅଧକ୍ଷ ଗୋକୁଳାନନ୍ଦ ପ୍ରଧାନଙ୍କ ସଭାପତିତ୍ବ ରେ ଆୟୋଜିତ ଆଲୋଚନା ଚକ୍ରରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରୁ ମୁଖ୍ୟ ଡଃ ସୁରେଶ ଚନ୍ଦ୍ର ରାଜହଂସ ମୁଖ୍ୟ ଅତିଥି ଏବଂ ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଗୁରୁଚରଣ ରାଉତ ରାୟ ମୁଖ୍ୟ ବକ୍ତା ଭାବେ ଆଲୋଚନାରେ ଅଂଶ ଗ୍ରହଣ କରି ସାରସ୍ବତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ପୂର୍ଣ୍ଣେନ୍ଦୁ ଭୁତିଆ ଙ୍କ ଆବହନ କ୍ରମେ ଅଧ୍ୟାପକ ମନୋଜ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ପାର୍ଥ ବୀର ନାୟକ ଏବ୍ଂ ଅଧ୍ୟାପକ ରାଜେଶ କୁମାର ଜେନା ଉଦବୋଧନ ବକ୍ତବ୍ୟ ରଖି ଥିଲେ। ପିଲା ମାନଙ୍କ ଦ୍ଵାରା ସାସ୍କୃତିକ ନୃତ୍ୟ ପରିବେଷଣ କରାଯାଇ ନୃତ୍ୟ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *