Spread the love

ବଢିବନି ବିଦ୍ୟୁତ ଦର। ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି OERC । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫.୮୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ ପାଇଁ ୬.୨୦ ପଇସା ରହିଛି।

ସେହିପରି ଶୀତଳ ଭଣ୍ଡାରରେ ଚାଷୀ ଙ୍କ ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି।ପୂର୍ବରୁ ଏହା ୪ ଟଙ୍କା ୬୦ ଥିବା ବେଳେ ଏବେ ୩ ଟଙ୍କା ଦେବାକୁ ହେବ।

ସେହିପରି ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ। ପୂର୍ବରୁ ଏହା ୩ ପ୍ରତିଶତ ମିଳୁଥିଲା । ରେଳବାଇରେ ବିକାଶ ଲାଗି ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି OERC। ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି। ଘରୋଇ ଉପଭୋକ୍ତାଙ୍କ ପାଇଁ DPS ଛାଡ଼ କରାଯାଇଛି ବା ପେନଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ। କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ ୧୩ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ARR ଏବଂ ଟାରିଫ ଶୁଣାଣି କରିଥିଲେ।

ସୋର୍ସ news

Leave a Reply

Your email address will not be published. Required fields are marked *