Spread the love

( ପୁରୁଣା ବସନ୍ତ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ମହାଘୋଟଲା ପ୍ରତିବାଦ ରେ ଚାଷୀ ପକାଇଲେ ତାଲା )


ଜଗତସିଂହପୁର
ତା =24/3/23
ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ପ୍ରାଥମିକ କୃଷିଋଣ ସମବାୟ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ମାନଙ୍କ ଦ୍ଵାରା ମହାଘୋଟାଲା ହୋଇଥିବା ଶତାଧିକ ଚାଷୀ ଅଭିଯୋଗ କରି ତାର ପ୍ରତିବାଦ ରେ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇବା ସହିତ ବିକ୍ଷୋଭ ପଦର୍ଶନ କରିଛନ୍ତି | ଚଳିତ ବର୍ଷ ସମବାୟ ସମିତି ସମ୍ପାଦକ ଶତାଧିକ ଚାଷୀ କୁ ବେଆଇନି ଭାବେ ସରକାରୀ ମୂଲ୍ୟ ଠାରୁ ଅଧିକ ଦର ରେ ସାର ବିକ୍ରି କରିବା | ଅଣ ପଞ୍ଜିକୃତ ଚାଷୀ ସମବାୟ ସମିତି ଅଧନ ରେ ଶହେ ପ୍ରତିଶତ ଧାନ ମଣ୍ଡି ରେ ଦେଇଥିବା ବେଳେ ପ୍ରକୃତ ଚାଷୀ ଧାନ ମଣ୍ଡିରେ ଦେଇନପାରି ହା ହତାଶ ରେ ଜୀବନ ବିତାଉଛି | ଅପର ପକ୍ଷରେ ଟାର୍ଗେଟ ମୁତାବକ ସରକାର ଆଉ ସମବାୟ ସମିତି ଜରିଆରେ ଧାନ ସଂଗ୍ରହ କରିବେ ନାହିଁ ବୋଲି ନିଷ୍ପତି ଗ୍ରହଣ କରିବା ପ୍ରତିବାଦ ରେ ଶତାଧିକ ଚାଷୀ ମଣ୍ଡିରେ ଧାନ ଦେଇନପାରି ପ୍ରତିବାଦ ରେ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇବା ସହିତ ବିକ୍ଷୋଭ ପଦର୍ଶନ କରିଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ଅନୁଧ୍ୟାନ ଚଳାଇଛି |ଚାଷୀ ଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *