Spread the love

ଝାରସୁଗୁଡା: କିଏ ଜିତେ କିଏ ହାରେ। ଏବେ ଚାଲିଛି ହେଭି ୱେଟ ନେତାଙ୍କ ପ୍ରଚାର । କୋଲାବିରା ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ଙ୍କ ପ୍ରଚାର ହୋଇଛି।

ବିଜେଡ଼ି ପ୍ରାର୍ଥୀନୀ ଦିପାଳି ଦାସଙ୍କୁ ଜିତାଇବାକୁ ପ୍ରବଳ ଉଦ୍ୟମ ଜାରି ରଖିଛନ୍ତି ବିଜେଡି ବରିଷ୍ଠ ନେତା।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ,ମନ୍ତ୍ରୀ ଟୁକୁନି ସାହୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ପାଇଁ ଭୋଟ ମାଗିଛନ୍ତି ।

ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସଙ୍କ ସ୍ବପ୍ନକୁ ନେଇ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ୍ ।

ସେହିପରି ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦଳୀୟ ପ୍ରାର୍ଥୀ । ତରୁଣ ପାଣ୍ଡେ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ ।

Leave a Reply

Your email address will not be published. Required fields are marked *