Spread the love

ମଙ୍ଗଳପୁର ଉପ ନିବନ୍ଧକ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ

ବିଷୟ _____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟର ନୁତନ ଗୃହର ଶିଳାନ୍ୟାସ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।ଏହି ଅବସରରେ ଆୟୋଜିତ ଏକ ସଭାରେ ବରିଷ୍ଠ ବିଜେଡି ନେତା ତଥା ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ଜନସାଧାରଣଙ୍କ ପାଖରେ କିଭଳି ସରକାରୀ ସୁବିଧା ସୁଯୋଗ ପହଞ୍ଚିବ ସେ ଦିଗରେ ନବିନ ପଟ୍ଟନାୟକ ସରକାର ପ୍ରତିଶ୍ରୁତି ବଦ୍ଧ। ଏଥିପାଇଁ ମଙ୍ଗଳପୁର ଠାରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନୁତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିବା କଥା କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଭୁଲେଖ ଓ ବନ୍ଦୋବସ୍ତ କମିଶନର ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟା ନୀନାରାଣୀ ସାମଲ,ମାମିନା ମଲ୍ଲିକ,ପାଲଟପୁର ସମିତି ସଭ୍ୟ ଧିରେନ୍ଦ୍ର ମଲ୍ଲିକ, ସରପଞ୍ଚ ଗିତାଞଳି ସେଠୀ,ସମିତି ସଭ୍ୟା ଅର୍ଚ୍ଚନା ଦାସ, ସନ୍ତୋଷ ପୃଷ୍ଟି,ଗ୍ରାମ ଉନ୍ନୟନ ବିଭାଗର ଯନ୍ତ୍ରୀ ଅଶୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed