Spread the love

ପଟ୍ଟା ଜାଗା ଜବର ଦଖଲ ଘଟଣା : ତହସିଲଦାର ନିକଟରେ ହାଜର ହେଲେ ପରିବାର: ନ୍ୟାୟ ନ ମିଳିଲେ ଧାରଣା ରେ ବସିବେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହି ରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପରିବାର ବର୍ଗ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗା ଉପରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଆସି ବାଡ ଦେବା ଘଟଣା ଏବେ ଦିନକୁ ଦିନ ଜଟିଳ ହୋଇ ପଡୁଛି। ନ୍ୟାୟ ପାଇଁ ତହସିଲଦାର ଓ ପୁଲିସ ନିକଟକୁ ଧାଇଁ ଧାଇଁ ପରିବାର ଲୋକେ ନିରାଶ ହେଲେଣି । ବାଧ୍ୟ ହୋଇ ଧାରଣା ଦେବା ପାଇଁ ଚିନ୍ତା କରୁଥିବା କହିଛନ୍ତି ସେଟେଲ ମେଣ୍ଟ ପଟ୍ଟା ଧାରି। ଘଟଣା ରୁ ପ୍ରକାଶ ଯେ ମାର୍ଚ୍ଚ ୧୭ତାରିଖ ଦିନ କିଛି ଅସାମାଜିକ ବ୍ୟକ୍ତିମାନେ ଆସି ବଜାର ସାହି ରେ ବସବାସ କରୁଥିବା ମାଧବ ପାଢ଼ୀ,କୁମୁଦ ଚଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ପାଢ଼ୀ , ରଞ୍ଜନ କୁମାର ସାହୁ, ଅଶୋକ କୁମାର ପଣ୍ଡାଙ୍କ ଘର ପଛ ପଟେ ରହିଥିବା ଜାଗା ଉପରେ ଆସି ଜୋର ଜବରଦସ୍ତି ତାର ବଡ଼ ଦେବା ଆରମ୍ଭ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ବିଭିନ୍ନ ଧମକ ଚମକ୍ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ବରିଷ୍ଠ ନାଗରିକ ଙ୍କ ପରିବାର ସମେତ ୫ ପରିବାର ତୁମୁଡ଼ିବନ୍ଧ ଥାନା ରେ ଲିଖିତ ପତ୍ର ଦେଇ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ଜାଗା ମାପ ପାଇଁ ତହସିଲଦାର ଙ୍କ ଦ୍ବାରସ୍ଥ ହୋଇଥିଲେ ତହସିଲଦାର ପୁଲିସ ସହଯୋଗ ରେ ଘଟଣା ସ୍ଥଳକୁ ଯାଇ ବାଡ ଦେଉଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଏହା ନ କରିବା କୁ କହିବା ସହ ଏହା ସେଟେଲ ମେଣ୍ଟ ପଟ୍ଟା ଥିବା କହିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ତମର ଯଦି କୌଣସି କାଗଜ ଅଛି ଥାନାକୁ ଆଣିବା ପାଇଁ କହିଥିଲା। ଏହା ସତ୍ବେ ମଧ୍ଯ ସେମାନେ ଦୀର୍ଘ ଦୁଇ ମାସ ମଧ୍ୟରେ କୌଣସି କାଗଜ ପତ୍ର ଦେଖାଇ ପାରିନାହାନ୍ତି ବୋଲି ପଟ୍ଟା ଧାରୀ ଲୋକ ଅଭିଯୋଗ କରିଛନ୍ତି। ଏହା ସତ୍ବେ ପୁଲିସ କିଛି ନକରି ସେମାନଙ୍କୁ ସହଯୋଗ ଦେଉଛି। ଏହା ପରେ ସେମାନେ ନ୍ୟାୟ ପାଇଁ ମେ ୧ରେ ବାଲିଗୁଡ଼ା ଉପଜିଲ୍ଲାପାଳ ଏମ ଏସ ମଧୁମିତା ଙ୍କ ନିକଟକୁ ଯାଇଥିଲେ। ଉପଜିଲ୍ଲାପାଳ ଅଭିଯୋଗ ପ୍ରକାରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତୁମୁଡ଼ିବନ୍ଧ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉକ୍ତ ପରିବାରକୁ ତହସିଲଦାର ବନ ବିହାରୀ ହରପାଲ କାର୍ଯ୍ୟଳୟ କୁ ଡାକି କହିଲେ ଆମ କାମ ଆମେ ସାରି ଦେଇଛୁ ଏଣୁ ଏବେ ପୁଲିସ ର କାମ ବୋଲି କହିଥିଲେ। ପୁଲିସ କୁ ପରିବାର ଲୋକେ ସୁରକ୍ଷା ପାଇଁ ମାର୍ଚ୍ଚ ୧୭ରୁ ଲିଖିତ ପତ୍ର ଦେଇଥିଲେ ମଧ୍ଯ କୌଣସି ସୂଚନା ପ୍ରଦାନ କରିନଥିବାରୁ ଲୋକେ ଆଉ ଥାନା ଠାରୁ ନ୍ୟାୟ ପାଇବା ଆଶା ନଥିବାରୁ ଧାରଣା ରେ ବସିବେ ବୋଲି କହିଛନ୍ତି। ଆମେ ତହସିଲଦାର ବନ ବିହାରୀ ହରପାଲ ଙ୍କୁ ଘଟଣା ସଂପର୍କ ରେ ପଚାରିବାରୁ ସେ କହିଛନ୍ତି ଜାଗା ଉପରେ କୌଣସି ଦ୍ଵନ୍ଦ ନାହିଁ ସେମାନଙ୍କ ସେଟେଲମେଣ୍ଟ ପଟ୍ଟା ଅଛି ଏଣୁ ଅସାମାଜିକ ବ୍ୟକ୍ତିମାନଙ୍କ ଲୋକଙ୍କ ବିରୋଧ ରେ ପୁଲିସ କାର୍ଯ୍ୟନୁଷ୍ଠାନ ନେବା ଦରକାର। ସେ ସଂପର୍କ ରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ଜୟନ୍ତ ସେଠୀ କହିଛନ୍ତି ଉଭୟ ଗୋଷ୍ଠୀଙ୍କ ବିରୋଧ ରେ ୧୦୭ ରୁଜୁ କରି ତଦନ୍ତ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *

You missed