Spread the love

ଝିରିପାଣି ପଞ୍ଚାୟତରେ କୁକୁର ମଡକ: ରୋକିବା ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତ ରେ ଗତ ଏକ ସପ୍ତାହ ହେଲା କୁକୁର ମଡକ ଦେଖିବାକୁ ମିଳିଛି। ଏଭଳି କୁକୁର ମଡକ ନେଇ ପଞ୍ଚାୟତ ବାସୀ ଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି। ମଣିଷ ମାନଙ୍କ ବିଶ୍ୱାସ ଯୋଗ୍ୟ ପ୍ରାଣୀ ଭାବେ ପ୍ରତ୍ୟେକ ଗ୍ରାମରେ ଲୋକେ କୁକୁର ରଖି ଖାଇବା ପିଇବା ଦେଇଥାନ୍ତି। କୌଣସି ବ୍ୟକ୍ତି ଙ୍କ ନିଜ ପୋଷା କୁକୁର ହୋଇନଥିଲେ ମଧ୍ଯ ଗାଁ କୁକୁର କୁ ସ୍ନେହ କରି ଖାଇବାକୁ ଦେଇଥାନ୍ତି। ଗାଁ ରେ କୌଣସି ଅଜଣା ଲୋକ କିମ୍ବା କୌଣସି ଜଙ୍ଗଲ ପଶୁ ପକ୍ଷୀ ଓ ସରୀସୃପ ଜନ୍ତୁ ପଶିଆସିଲେ ସେମାନେ ଭୁକି ଥାନ୍ତି। କୁକୁର ଭୁକିବା ଦେଖି ଲୋକେ ମଧ୍ଯ ଜାଗ୍ରତ ହୋଇଯାଆନ୍ତି। ଏଭଳି କୁକୁର ମଣିଷ ମଧ୍ଯ ରେ ଜଙ୍ଗଲ ମଧ୍ୟ ଗାଁ ଗୁଡ଼ିକ ରେ ରହିଥିବା ବେଳେ ଏବେ ଏକ ସପ୍ତାହ ମଧ୍ଯ ରେ ଝିରିପାଣି ପଞ୍ଚାୟତ ର ଦେଶୁ ଘାଟି ରେ ୪ଟା, ବରଗୁଡାରେ ୫ଟା, ଝିରିପାଣିରେ ୮ଟା, ଚଜାଙ୍ଗୀରେ ୫ଟା,ମେଣ୍ଡାବାରୁରେ ୩ଟା, ପୁରୁଣା ଝିରିପାଣିରେ ୪ ଟା, ବିଲେଇ ସୂର୍ଡାରେ ୩ ଟା, କର୍ଜଣ୍ଡି ରେ ୫ଟା, ଦୁପଟ୍ଟାରେ ୩ ଟା,ଲଲକୁଟିରେ ୩ଟା, ବରଗାଁରେ ୮ ଟା ଏଭଳି ୫୦ରୁ ଉର୍ଦ୍ଧ କୁକୁର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଝିରିପାଣି, ଭଣ୍ଡରଙ୍ଗି ଓ ବେଲଘର ପଞ୍ଚାୟତ ରେ ମଧ୍ଯ ଏଭଳି କୁକୁର ମଡକ ଦେଖାଦେଇଥିବା ଶୁଣିବାକୁ ମିଳୁଛି।। କୁକୁର ମୃତ୍ୟୁ ବରଣ ପରେ ଗାଁ ମଧ୍ଯ ରେ ପଡି ଦୁର୍ଗନ୍ଧ ହେଉଥିବା ବେଳେ ଲୋକ ଙ୍କ ମଧ୍ଯରେ ଭୟ ମଧ୍ଯ ସୃଷ୍ଟି ହେଉଛି। ଏକ ସପ୍ତାହ ମଧ୍ୟରେ ଏତେ ଗୁଡିଏ କୁକୁର ମୃତ୍ୟୁ ଘଟଣା ଜଣା ପଡ଼ିନାହିଁ l ଏଣୁ ଏଥି ଜିଲ୍ଲା ପ୍ରାଣୀ ଚିକିତ୍ସିକ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଅଞ୍ଚଳ ଗୁଡିକୁ ଏକ ଟିମ ପଠାଇ କୁକୁର ମଡକ କୁ ରୋକିବା ପାଇଁ ପଞ୍ଚାୟତ ବାସୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

You missed