Spread the love

ଚୌଦ୍ଵାର କଳମଝରି ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଉଦ୍‌ଯାପିତ ।

ଚୌଦ୍ଵାର ପୌରପାଳିକା ୧୨ନମ୍ବର ୱାର୍ଡ ଓ.ଟି. ଏମ୍ କଲୋନୀ କଳମଝରି ପୋଖରୀ ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ଠାରେ ତିନି ଦିନ ଧରି ଚନ୍ଦନ ଯାତ୍ରା ମହୋଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଚନ୍ଦନ ଯାତ୍ରା ପରିଚାଳନା କମିଟି ସଦସ୍ୟମାନଙ୍କ ସହଯୋଗରେ
ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁ ମଦନମୋହନଙ୍କର ଚାପ ଖେଳ ଅନୁଷ୍ଠିତ ହେବା ସହିତ ମଦନ ମୋହନଙ୍କ ଚନ୍ଦନ ଯାତ୍ରା କୁ ସରସ ସୁନ୍ଦର କରିବା ନିମନ୍ତେ ଅପେରା ଓ ମିନାବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ଵାଳ, ପୌରଉପାଧ୍ଯକ୍ଷ ଶୁଭେନ୍ଦୁ ସାମଲ, ସ୍ଥାନୀୟ ପାରିଷଦ ସୁବ୍ରତ ସାମଲ, ଆଶୁତୋଷ ଦାସ,ବିଜୟ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ନିହାର କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିବାରୁ କମିଟିର ସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହିତ କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚନ୍ଦନ ଯାତ୍ରା ପରିଚାଳନା କମିଟିର ସଭାପତି ଶ୍ୟାମ ସୁନ୍ଦର ସ୍ୱାଇଁ, ଉପସଭାପତି ଦୁର୍ଗା ଚରଣ ପଟ୍ଟନାୟକ, ସମ୍ପାଦକ ଅମିୟ ଦାସଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟ ପରିଚାଳନା କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ
।

Leave a Reply

Your email address will not be published. Required fields are marked *

You missed