Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ବରଦା ଗ୍ରାମ ପଞ୍ଚାୟତ ଅଧୀନ ଆଞ୍ଚଳିକ ବାଦ ପାଲା ଗତ ମଇ ମାସ ଏଗାର ତାରିଖ ରାତିରେ ଆରମ୍ଭ ହୋଇଥିଲା। ଏହି ପାଲା ତେର ତାରିଖରେ ରାତିରେ ଉଦ୍ ଯାପିତ୍ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗାୟକ ବିଜୟ କୁମାର ଓଝା, ଗାୟକ ଗଗନ ବିହାରୀ ମହାପାତ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମକୁ ଅନୁଷ୍ଠାନ ର ସଭାପତି ବିପିନ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଲଳିତ କୁମାର ଦାସ, ସଂପାଦକ ଅମୂଲ୍ୟ କୁମାର ନାଥ, କୋଷାଧ୍ୟକ୍ଷ କୁଳମଣି ଦାଶ, ସକ୍ରୀୟ ସଭ୍ୟ ଲକ୍ଷ୍ମଣ କୁମାର ସାହୁ, ଚକ୍ରଧର ବିହାରୀ, ମାନସ କୁମାର ସାହୁ, ଭଗବାନ ବେହେରା, ଦେବରାଜ ସାହୁ, ସାଗର ସାହୁ, ମାୟାଧର ସାହୁ ଙ୍କ ସହିତ ଅନ୍ୟମାନେ ପରିଚାଳନା କରୁଥିଲେ।
କାର୍ଯ୍ୟ କ୍ରମରେ ଗାୟକ ବିଚିତ୍ରାନନ୍ଦ ପଣ୍ଡା, ସରପଞ୍ଚ ଦିପ୍ତିମୟୀ ବେହେରା, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ସେଠୀ ଙ୍କ ସମେତ ପ୍ରାର୍ଥନା ପାଲା ସମୀକ୍ଷକ ଉଦ୍ ଘାଟନ ଉତ୍ସବ ରେ ଉପସ୍ଥିତ ହୋଇ ଉଦ୍ ଘାଟନ କରିଥିଲେ। ପ୍ରତ୍ୟେକ ଦିନ ପାଲାକୁ ଗଁଦିଆ ସ୍ମୃତି ସଂସଦ ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ଗଁଦିଆ ବ୍ଳକ ପୋରୁହଖୋଜସରପଞ୍ଚ ରତିକାନ୍ତ ସାହୁ, ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ, ଆଞ୍ଚଳିକ ସେବା ସଂଗଠନ ସଭାପତି ବିଦ୍ୟାଧର ସାହୁ, ଷଡ଼ଙ୍ଗୀ ପାଲା କମିଟି ସଭାପତି ମଙ୍ଗୁଳି ଚରଣ ବେହେରା, ସଂପାଦକ ବିଜୟ କୁମାର ବରାଳ, ଙ୍କ ସହିତ ସହସ୍ରାଧିକ ଲୋକ ଉପସ୍ଥିତ ହୋଇ ପାଲା କୁ ଉପଭୋଗ କରୁଥିଲେ। ଶିକ୍ଷାବିତ ବିନାୟକ ମହାନ୍ତି ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

You missed