Spread the love

ଜିଲ୍ଲାସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧୀ ସଚେତନତା କର୍ମଶାଳା ଅନୁଷ୍ଠିତ

ଢେଙ୍କାନାଳ : ଆଜି ଅପରାହ୍ନରେ ଢେଙ୍କାନାଳ ସଦର ବ୍ଳକ ସ୍ଥିତ ସଦେଇଚରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସମସ୍ତଙ୍କ ବଂଚିବାର ଅଧିକାର ରହିଛି । ପରିବେଶରେ ମନୁଷ୍ୟ ଓ ପଶୁପକ୍ଷୀ ମାନଙ୍କର ସମାନ ଅଧିକାର ରହିଛି । ପଶୁପକ୍ଷୀ ମାନଙ୍କୁ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିବା ମାନବିକତାର ବିରୋଧୀ । ଏହା ବିରୋଧରେ ଲୋକମାନେ ସଚେତନ ହେବା ଆବଶ୍ୟକ ଏବଂ ପଶୁପକ୍ଷୀ ମାନଙ୍କୁ ନିଜ ପରିବାରର ସଦସ୍ୟ ଭାବିବା ଉଚିତ ।

ଏହି ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡମ୍ବୁରଧର ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପରିଡା ଜୀବ ନିଷ୍ଠୁରତା ବିରୋଧରେ ସଚେତନତା ସମ୍ପକରେ ତଥ୍ୟମାନ ଉପସ୍ଥାପନା କରିଥିଲେ।

ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାଗ ମିଶ୍ର, ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ବିଶ୍ବଜିତ ପ୍ରଧାନ, ଶିକ୍ଷକ ଶିକ୍ଷୟତ୍ରୀ,ପୋଲିସ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You missed