Spread the love

(ଚିରଞ୍ଜୀବଙ୍କ ନିଲମ୍ବନ ପ୍ରତିବାଦରେ ଜଗତସିଂହପୁରରେ ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ)

ଜଗତସିଂହପୁର
ତା =15/7/23

ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଙ୍କୁ କଂଗ୍ରେସରୁ ନିଲମ୍ବନ କରିବା ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁର ଜିଲ୍ଲା ସମେତ ସାରା ରାଜ୍ୟର ଜଣେ ସଚ୍ଚୋଟ ଜନପ୍ରିୟ ରାଜ ନେତା ଭାବରେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ପିସିସି ସଭାପତି ଶରତ ପଟନାୟକ ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ମିଥ୍ୟା ଅଭିଯୋଗ ଦଳ ପାଇଁ କ୍ଷତି ପହଞ୍ଚିଛି। ଏହି ଉପଲକ୍ଷେ ସ୍ଥାନୀୟ ପୋୖରପରିଷଦ କାର୍ଯ୍ୟଳୟ ସମ୍ମୁଖରେ ଶତାଧିକ କଂଗ୍ରେସକର୍ମୀ ଏକତ୍ରିତ ହୋଇ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ବହିଷ୍କାର ଆଦେଶ ପ୍ରତ୍ୟାହୃତ ନ କରାଯାଏ ତେବେ ଜିଲ୍ଲାବ୍ୟାପି କଂଗ୍ରେସକର୍ମୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିବାଦ ବିକ୍ଷୋଭ ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକଙ୍କ, ବ୍ଲକ ସଭାପତି ଅଦ୍ଵୈତ ଜେନା, ପରିଷଦ ସୁବାସ ସାହୁ, ଦୁଲୁ ପରିଜା, ଜଗଦାନନ୍ଦ ବେହେରା, ମଣ୍ଡସହି ସରପଞ୍ଚ ଅଶୋକ ଭୋଇ, ଜଙ୍କୋଟି ସରପଞ୍ଚ ଭାଗତ ତରେନିଆ,କଦୁଅପଦା ସରପଞ୍ଚ ପ୍ରମୋଦ ସାହୁ, ବଳରାମପୁର ସରପଞ୍ଚ ଅଞ୍ଜନ ସାମଲ,ଯୁବ ନେତା ସ୍ବସ୍ତି ପ୍ରସାଦ ମିଶ୍ର,ଅନିଲ ଦାସ, ରାକେଶ ରାଉତ, ବିଜୟ ବିଶ୍ଵାଳ, ଆମ୍ବୁଜ ପାତ୍ର, ସୂର୍ଯ୍ୟକାନ୍ତ ସାହୁ, ଆଶିଷ ଗୋଚ୍ଛାୟତ, ପିତେଇପୁର ସମିତି ସଭ୍ୟ ହିମାଂଶୁ ପରିଜା, କୈଳାସ ଦାସ, ଲିପୁ ମହାନ୍ତି, ରଜନୀକାନ୍ତ ଚୌଧୁରୀ, ସନ୍ତୋଷ ଜେନା, ଦୁର୍ଗା ବିଶୋଇ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed