*ଜଗତସିଂହପୁର ପ୍ରଧାନ ଡାକଘରେ “ଡାକଘର ନିର୍ୟାତ କେନ୍ଦ୍ର” ଉଦଘାଟିତ*
ଜଗତସିଂହପୁର
ତା =15/7/23
ଜଗତସିଂହପୁର ପ୍ରଧାନ ଡାକଘରେ *ଡାକଘର ନିର୍ୟାତ କେନ୍ଦ୍ର* ଉଦଘାଟିତ ହୋଇଯାଇଛି । କଟକ ଦକ୍ଷିଣ ମଣ୍ଡଳର ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ଜଗତସିଂହପୁର ସମେତ ଓଡ଼ିଶାରେ ସମସ୍ତ ଜିଲ୍ଲାରେ ଥିବା ପ୍ରଧାନ ଡାକଘରେ ଗୋଟେ ଗୋଟେ “ନିର୍ୟାତ” କେନ୍ଦ୍ର ଖୋଲା ଯାଇଛି । ବାହାର ଦେଶ ମାନଙ୍କୁ ଲୋକମାନେ ପାର୍ସଲ ପଠେଇବା ପାଇଁ ଅଧିକ ମୂଲ୍ୟ ଦେୟ କରିବାକୁ ପଡୁଥିଲା ବର୍ତ୍ତମାନ ସେସବୁ ଏବେ ଏହି ” ନିର୍ୟାତ କେନ୍ଦ୍ର” ଦ୍ୱାରା ସମସ୍ତ ଜନସାଧାରଣ ଅତି ସହଜରେ ଏବଂ ସ୍ୱଳ୍ପ ମୂଲ୍ୟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ପାର୍ସଲ ସବୁ ଫରେନ କଣ୍ଟ୍ରି ମାନଙ୍କୁ ପଠେଇ ପାରିବେ ଏହା ହିଁ ଭାରତ ସରକାରଙ୍କ ମୂଳ ଲକ୍ଷ୍ୟ । ଏହା ସହିତ ଜଗତସିଂହପୁର ଜିଲ୍ଲାରେ ଯୋଉ ମାନେ ପାର୍ସଲ ବାହାର ଦେଶକୁ ପଠେଇବାକୁ ଚାହୁଁଛନ୍ତି ଏବଂ ଏହାର ସମସ୍ତ ସୁବିଧା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହାଲେ ଜଗତସିଂହପୁର ପ୍ରଧାନ ଡାକଘରର ପ୍ରଧାନ ଡାକପାଳ କିମ୍ବା Business Executive ଅଶିତ କୁମାର ସ୍ୱାଇଁ ଙ୍କୁ ଏହି ନମ୍ବର(7978556612) ଯୋଗାଯୋଗ କରନ୍ତୁ ବୋଲି ଶ୍ରୀ କର ମତବ୍ୟକ୍ତ କରିଛନ୍ତି । ଏହି ଉଦଘାଟନି ମହୋତ୍ସବରେ କଟକ ଦକ୍ଷିଣ ମଣ୍ଡଳର ଡାକ ନିରୀକ୍ଷକ(ଓ.ଏସ) ବିକାଶ କୁମାର ପରିଡା, | ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁଙ୍କ ସମେତ ବେଣୁଧର ସାହୁ,ତୋଫାନ ବୁଏ,ମଞ୍ଜୁଲତା ସିଂ, ନେପାଳ ଶବର,କୁଶ କୁମାର, ସଂଗ୍ରାମ ବେହେରା, ସୌରଭ କୁମାର,ସୁଦିପ୍ତ କୁମାର ଜେନା, ବିଶ୍ୱନାଥ ଯତି ପ୍ରମୁଖ ଉପସ୍ଥିତ ଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)