Spread the love

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ: ଜଣେ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ସହିତ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣକୁ ଧରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା କିଲାବାଡି ଗ୍ରାମର ନୀନ ପ୍ରଧାନ। ସୂଚନାଯୋଗ୍ୟ, ଯେ, ଏକ ଧଳା କାର୍‌ ନଂ.ଓଡି ୦୨-ଏବି- ୦୦୪୫ ରେ ୪୦ କେଜି ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ ପୋଲିସ ଚଢ଼ାଉ କରି କାର୍‌ ସହ ଗଞ୍ଜେଇ ଜବତ କରିଥିଲା ଓ ଏଥିରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ l ଏନେଇ ଦାରିଙ୍ଗବାଡି ଥାନା କେଶ ନଂ.୧୩୦/୨୩ ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି କୌଶିକ ମାଝି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

You missed