Spread the love

(ସାଧାରଣ ରେ ଚର୍ଚ୍ଚା
; ଅପରାଧିକ ମାମଲାରେ ସଂପୃକ୍ତ ଏବେ ପାରାଦ୍ୱୀପ ବିଜେଡିର ସାଧାରଣ ସମ୍ପାଦକ ତାଲିକାରେ )

ଜଗତସିଂହପୁର
ତା =18/7/23
ରାଜ୍ୟରେ ନେତୃତ୍ୱ ନବୀନ ସରକାର ସ୍ୱଚ୍ଛ, ନିର୍ମଳ,ଜନ ସାଧାରଣ ଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହା ବାସ୍ତବ କ୍ଷେତ୍ରରେ ଓଲଟା ପ୍ରତିପାଦନ ହେଉଛି | ପାରାଦ୍ୱୀପ ଅଞ୍ଚଳ ର ଅପରାଧ ଦୁନିଆର ବାଚ୍ଛା ଗ୍ୟାଙ୍କଷ୍ଟାର ଜ୍ୟୋତିକାନ୍ତ ପରିଡା ଓରଫ (ବାପୁ ପରିଡା )ସହିତ ବିଜେଡି ଦଳ ର ନେତା ଓ ମନ୍ତ୍ରୀ ଙ୍କ ର ଅନେକ ବର୍ଷ ହେବ ଲିଙ୍କ ଥିବା ଅନେକବାର ଚର୍ଚ୍ଚା ଚାଲିଥିବା ବେଳେ ଖୋଦ ବିଜେଡି ନେତା ମାନେ ଏହା କୁ ଖୋଲା ଖୋଲି ପ୍ରତ୍ୟାଖାନ କରୁଥିବା ବେଳେ ଏବେ ତାହା ବାସ୍ତବ ରୂପାୟନ ହୋଇଛି | ନିକଟରେ 5ଟି ସଚିବ ପାଣ୍ଡିଆନ ଙ୍କ ପାରାଦ୍ୱୀପ ଗ୍ରସ୍ତ ବେଳେ ଏହି ଗ୍ୟାଙ୍କଷ୍ଟାର ପାଣ୍ଡିଆ ଙ୍କ ଗ୍ରସ୍ତର ସମସ୍ତ ଦାଇତ୍ୱ ତୁଲାଉଥିବା ବେଳେ ତାଙ୍କ ସହିତ ଫଟୋ ଉଠାଇବା ବେଶ ଚର୍ଚ୍ଚା ର ପରିସର କୁ ଆସିଥିଲେ | ହେଲେ ଚଳିତ ସପ୍ତାହ ରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକଙ୍କ ଦ୍ଵାରା ପ୍ରକାଶିତ ତାଲିକାରେ ପାରାଦ୍ୱୀପ ବିଜେଡି ର ସାଧାରଣ ସମ୍ପାଦକ ଦାଇତ୍ୱ ଜ୍ୟୋତିକାନ୍ତ ପରିଡା ଓରଫ (ବାପୁ ପରିଡା) ଅର୍ପଣ କରିବା ଘଟଣା ପାରାଦ୍ୱୀପ ବିଜେଡି ରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି | ପୂର୍ବରୁ କୁଖ୍ୟାତି ଅପରାଧୀ ବାପୁ ପରିଡା ମୁନା ପତି ହତ୍ୟାକାଣ୍ଡ, ଟିଟୋ ସହଯୋଗୀ ଭାବେ ବିଭିନ୍ନ ଟେଣ୍ଡର ଫିକ୍ସିଂ |ବେଆଇନି ଅସ୍ତ୍ର ଶସ୍ତ୍ର କାରବାର | ଅପହରଣ | ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରିବା ଆଦି ଘଟଣା ରେ କୁଜଙ୍ଗ, ପାରାଦ୍ୱୀପ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳ ରେ 28ଟି ରୁ ଉର୍ଦ୍ଧ ଅପରାଧିକ ମାମଲା ରୁଜୁ ହେବା ସହିତ ଅନେକବାର ସଜା କାଟିଥିବା ଏକ ଅସାମାଜିକ ବ୍ୟକ୍ତି ହାତରେ ପାରାଦ୍ୱୀପ ବିଦେଡ଼ି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ଅର୍ପଣ କରିବା ନବୀନ ସରକାର ସ୍ୱଚ୍ଛ, ନିର୍ମାଳ ଶାସନ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି | ପାରାଦ୍ୱୀପ ଅଞ୍ଚଳରେ ଅନେକ ସୁଦକ୍ଷ ସାଙ୍ଗଠନିକ ନେତୃତ୍ୱ ଥିବା ବେଳେ ବିଜେଡି ସଂଗଠନ ଦାଇତ୍ୱ ଗ୍ୟାଙ୍କଷ୍ଟାର ହାତରେ ଅର୍ପଣ କରିବା ମୂଳରେ କି ରହସ୍ୟ ରହିଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed