ଢେଙ୍କାନାଳ ଜିଲ୍ଲା ରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ
ଢେଙ୍କାନାଳ ସହର ସ୍ଥତ ମହିଷାପାଟ ନିକଟସ୍ଥ ପଗ୍ରାସ୍ଥୁ ଜେନା ଙ୍କ ବାସଭବନ ରୁ ଏକ ବିରଳ ପ୍ରଜାତିର ସାପ କୁ ଉଦ୍ଧାର କରାଯାଇଛି। ସାପ ଟି ଜେନା ଙ୍କ ବାସ କରୁଥିବା ଘର ଭିତରକୁ ପସି ଆସିଥିଲା। ସାପ ଟିକୁ ଦେଖି ଘର ଲୋକ ଭୟଭୀତ ହୋଇଯାଇଥିଲେ ।ପରେ ସାପ ଉଦ୍ଧାର କାରି ଙ୍କୁ ଖବର ଦେଇଥିଲେ ସାପ ଉଦ୍ଧାର କାରି ର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ଖବର ପାଇ ଘଟଣାସ୍ଥଳରେ ପହଂଚି ଥିଲେ ଓ ସାପ ଟିକୁ ସୁରକ୍ଷା ଅବସ୍ଥାରେ ଉଦ୍ଧାର କରିଥିଲେ। ସୂର୍ଯ୍ୟ ଙ୍କ କହିବା ଅନୁସାରେ ଏହି ପ୍ରଜାତିର ସାପ ମାନେ ଅଧିକାଂଶ ପାହାଡ଼ିଆ ଅଞ୍ଚଳ ରେ ଦେଖାଯାଏ। ବର୍ଷା ଋତୁ ଯୋଗୁଁ ଏମାନେ ଟାଉନ୍ ମୁହାଁ ହେଉଛନ୍ତି । ଲୋକ ମାନଙ୍କ ବସବାସ କରୁଥିବା ସ୍ଥାନ କୁ ଚାଲି ଆସୁଛନ୍ତି ।ଓ ଲୋକ ମାନେ କାମୁଡ଼ି ବାର ସିକାର ହେଉଛନ୍ତି। ଏହି ସାପ ମାନଙ୍କୁ ଦେଖି ଭୟଭୀତ ନ ହୋଇ ତୁରନ୍ତ ବନବିଭାଗ କିମ୍ବା ସାପ ଉଦ୍ଧାର କାରି ଙ୍କୁ ଖବର ଦିଅନ୍ତୁ। ଉଦ୍ଧାର ହୋଇଥିବା ସାପ ଟିକୁ ଜଙ୍ଗଲ ରେ ଛଡ଼ା ହେଲା।


