କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଚୌଦ୍ୱାର ଟାଉନ ହଲ ଠାରେ କର୍ମୀ ସମାବେଶ ।
ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସମାବେଶ ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ଚୌଦ୍ୱାର ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଦିନ କୁ ଦିନ ଚୌଦ୍ୱାର ରେ ବିଜେବି ସୁପ୍ତ ଅବସ୍ଥା ରେ ଶୋଇରହିଥିବା ବେଳେ ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ଏକ ନୂତନ ଆଶା ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେବି ମହିଳା, ଓ କର୍ମୀ ଏକତ୍ରିତ ହୋଇ ଚୌଦ୍ଵାର କାଳୀ ମନ୍ଦିର ଠାରୁ ଏକ ବିରାଟ ରାଲିରେ ଆସି ଚୌଦ୍ୱାର ଗନ୍ଧିଛକ ଟାଉନହଲ ଠାରେ ପହଂଚିଥିଲେ l ଏହି ବୈଠକ ରେ ଶ୍ରୀ ସାହୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନଅ ବର୍ଷ ରେ ବହୁ ଉନ୍ନତି ମୂଳକ ଯୋଜନା ର ସଫଳତା ସମ୍ପର୍କ ରେ ଆଲୋକପାତ କରିବା ସହିତ ଗରିବ ଜନ ସାଧାରଣ ଙ୍କ ପାଖରେ କିଭଳି ପହଂଚିପାରିବ ତାହା ପ୍ରକାଶ କରିଥିଲେ l ଏହି କର୍ମୀ ସମାବେଶ କାର୍ଯ୍ୟକ୍ରମରେ ଶିବନାରାୟଣ ନାୟକ, ନିରୋଦ ପଣ୍ଡା, ଅକ୍ଷୟ ଭୂୟାଁ, ବର୍ଷାରାଣୀ ପଳେଇ ପ୍ରମୁଖ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।




