Spread the love

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଅଧା ଡାକ୍ତର ପଦବୀ ଖାଲି : ଅଧା ଚିକିତ୍ସିତ ରୋଗୀ ଫେରି ଯାଉଛନ୍ତି।

କେନ୍ଦୁଝର ଜିଲ୍ଲା ତମାମ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିଗିଡ଼ି ଯିବାରେ ଲାଗିଛି। ଜିଲ୍ଲାରେ ଥିବା ୩୫୯ ଡାକ୍ତର ପଦବୀରୁ ୧୫୨ ଡାକ୍ତର ନାହାନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ସବୁ ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ପରିଲକ୍ଷିତ ହେଉଛି। ସ୍ଳୋଗାନ ଦିଆ ଯାଉଛି ରୋଗରେ ପଡିଲେ ତୁରନ୍ତ ଡ଼ାକ୍ତରଖାନା ଆସ ହେଲେ ଡାକ୍ତର ନାହାନ୍ତି। ଏହି ବିକଳ ଚିତ୍ର କେନ୍ଦୁଝର ପରି ଜିଲ୍ଲାରେ ହିଁ ସମ୍ଭବ। ଡିଏମଏଫ୍ ଦ୍ଵାରା ନିଯୁକ୍ତ ଡ଼ାକ୍ତର ରୋଗୀ ଭିଡ଼ ଦେଖି ପରିସ୍ଥିତି ସମ୍ଭାଳି ପାରୁ ନାହାନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସିଧା କଟକ ରେଫର୍ କରି ପଠା ହେଉଛି ନହେଲେ କେନ୍ଦୁଝର ସହରରେ ଖୋଲି ଥିବା ଘରୋଇ ନର୍ସିଂହୋମକୁ ରୋଗୀ ଚାଲାଣ ହେଉଛନ୍ତି। ଡାକ୍ତରଖାନା ସରକାରୀ ଡାକ୍ତର ଘରୋଇ ଭାବେ ଚିକିତ୍ସା ଓ ଅପରେସନ କରୁଛନ୍ତି। ଏଥି ଲାଗି ଯାହାର ଟଙ୍କା କି ପ୍ରଭାବ ନଥିବ ସେ ଯମଙ୍କ ଦୟାରେ କେବଳ ବଞ୍ଚିବ। ଗରିବ ଲୋକ ତଳି ତଳାନ୍ତ ହୋଇ ଡାକ୍ତରଖାନା ଆସିଲା ବେଳେ ହତାଶ ହେଉଛନ୍ତି। ଆର୍ଥିକ ଅନାଟନ ଲାଗି କଟକ ଯାଇ ନପାରି ଘରକୁ ଫେରୁଛନ୍ତି ମୃତ୍ୟୁ ଅପେକ୍ଷାରେ । ଏହି ପରି ଏକ ଘଟଣା ଘଟିଛି କେନ୍ଦୁଝର ମହଦେଈଯୋଡ଼ା ପଞ୍ଚାୟତ କେମ୍ପୁଡ଼ି ଗ୍ରାମର ଶଙ୍କରା ମୁଣ୍ଡାଙ୍କ କ୍ଷେତ୍ରରେ। ମାତ୍ର ୩୫ ବର୍ଷ ବୟସରେ ଯୁବକ ଶଙ୍କରା ରୋଗରେ ପଡି ଏବେ ବାର୍ଦ୍ଧକ୍ୟ ଆଡ଼କୁ ଯାଉଛନ୍ତି। ଘରେ ୬ ଛୋଟ ଛୁଆ ପେଟ ଫୁଲି ଯାଇଛି ଜମି ବନ୍ଧା ପକେଇ ଗଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି । ପେଟ ଫୁଲିଛି ଟ୍ୟୁମର କି ରକ୍ତହୀନତା ସହ ଲିଭର୍, କିଡ଼ିନୀ ଅସୁବିଧା ଥାଇ ପାରେ। ପୁଣି କେନ୍ଦୁଝର ଗାଁ ସାହି ବସ୍ତିରେ ଯକ୍ଷ୍ମା ବି ହେଉଛି। ତେବେ ମାତ୍ର ୪ ଦିନ ଡ଼ାକ୍ତରଖାନାରେ ରହି ଭଲ ହେଇନି ଶଙ୍କରା ମୁଣ୍ଡାକୁ ଅର୍ଡର ଆସିଲା ଏଥର ତୁମ ରହିବା ସମୟ ସରିଲା ଘରକୁ ଯାଅ। ଶଙ୍କରା ବାଧ୍ୟ ହୋଇ ରୋଗ ଭଲ ହୋଇନି ଦରମରା ଅବସ୍ଥାରେ ଘରକୁ ଫେରି ଆସି ବିକଳ ହୋଇ ସରକାରଙ୍କୁ ଗୁହାରି କରିଛି ଜମିବାଡ଼ି ଆଉ ନାହିଁ ମୋ ଛୁଆ ପିଲାଙ୍କୁ ରକ୍ଷା କର ବୋଲି। ଦେଖିବା ଧନୀ ଜିଲ୍ଲାରେ ଗରିବ ଶଙ୍କରା କଥା ପ୍ରଶାସନ ପାଖେ କେତେ ଜଲଦି ପହଞ୍ଚୁଛି
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *

You missed