ଦୁଇ ଦିନ ଧରି ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି। ରାଜ୍ୟର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବ୍ରିଜ ଉପର ଦେଇ ପାଣି ଯାଉଥିବା ବେଳେ ଅତ୍ୟଧିକ ବର୍ଷା ଯୋଗୁଁ ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପାହାଡ଼ରୁ ପଥର ଖସି ମାଲବାହୀ ଟ୍ରେନ ସହ ରାଜରାସ୍ତାକୁ ଯାମ କରି ଦେଇଥିଲା। ଅନୁଗୋଳ ଜିଲ୍ଲାର ଦୁର୍ଗା ହୋଟେଲ ନିକଟ ରାଜରାସ୍ତା ଏକ କୃତିମ ନଦୀର ଭ୍ରମ ସୃଷ୍ଟି କରିଥିଲା। ସି ପି ପି ଛକ ନିକଟରେ ପ୍ରବଳ ଖାଲ ଖମା ଏହି ବର୍ଷା ସମୟରେ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଇଥିଲା। ଅନୁଗୋଳ ଜିଲ୍ଲା ବଅଁରପାଳ ଠାରୁ ଅନୁଗୋଳ ଯିବା ରାସ୍ତାରେ ପ୍ରାୟ ପ୍ରତି ଛକ ଓ ଗ୍ରାମ ନିକଟ ରାଜରାସ୍ତା ଗୁଡ଼ିକ ଖାଲ ଖମାରେ ପରିପୂର୍ଣ୍ଣ ହେଉଥିବାରୁ ବର୍ଷା ପୁଣି ଡରାଉଛି। ଏଥିରେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହେଉଛି। ଏହାକୁ ଆଖି ଆଗରେ ରଖି ଅନୁଗୋଳରେ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ତେବେ ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠନ ଆବଶ୍ୟକ।

June 14, 2026/
No Comments



