Spread the love

ଖରଡି କଣ୍ଟି ଗାଡିଆ ଠାରେ ଅଜଣା ଯୁବକଙ୍କୁ ଅଚେତା ଅବସ୍ଥାରେ ବିଲ୍ ମଝିରୁ ଉଦ୍ଧାର କରି ଭର୍ତ୍ତି କଲେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଗ୍ନିଶମ ବିଭାଗ ଓ ଗଣମାଧ୍ୟମ ଫାଣ୍ଡି ଅଧିକାରୀ।

ଯାଜପୁର ଦାନଗଦି ଫାଣ୍ଡି ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଖରଡି କଣ୍ଟି ଗାଡିଆ ଅଜଣା ଯୁବକଙ୍କୁ ବିଲ ମଝିରୁ ଉଦ୍ଧାର କଲେ ଗଣମାଧ୍ୟମ ଓ ଅଗ୍ନିଶମ ବିଭାଗ ଫାଣ୍ଡି ଅଧିକାରୀ। ସୂଚନା ମୁତାବକ ଏକ ସପ୍ତାହରୁ ଅଧିକ ହେବ ମଙ୍ଗଳପୁର ପଞ୍ଚାୟତ ଖରଡି କଣ୍ଟି ଗାଡିଆ ର ଧାନ ବିଲ ମଝିରେ ଯୁବକ ଜଣକ ପଡି ରହିଥିଲା। ସେଠାକାର ଲୋକେ ଧାନ ବିଲକୁ ଯିବା ବେଳେ ଦେଖିଲେ କେହି ଯୁବକଙ୍କୁ ଚିହ୍ନି ପାରି ନଥିଲେ।ଯୁବକ ଜଣକ ଧାନ ବିଲ ପାଣିରେ ପଡି ରହି ଉଠି ପାରୁ ନଥିବାରୁ ସ୍ଥାନୀୟ ଲୋକେ ଦାନଗଦି ଅଞ୍ଚଳ ର ଗଣମାଧ୍ୟମ ବିପ୍ଳବ ପଣ୍ଡା ଓ ସନ୍ତୋଷ କୁମାର ମଲ୍ଲିକ ଓ ପଦ୍ମନାଭ ପୋହୀ ଙ୍କୁ ଖବର ଦେଇଥିଲେ। ଅଜଣା ଯୁବକ ଧାନ ବିଲ ମଝିରେ ପଡିରହିଥବା କଥା ବିପ୍ଳବ ପଣ୍ଡା ସନ୍ତୋଷ କୁମାର ମଲ୍ଲିକ ପଦ୍ମନାଭ ପୋହୀ ଖବର ପାଇ ଦାନଗଦି ଅଗ୍ନିଶମ ବିଭାଗ ଙ୍କୁ ନେଇ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଚିକିତ୍ସା କରିଥିଲେ କହିଥିଲେ ତାଙ୍କ ର ଚେତା ସୁଣ୍ଣ୍ୟ ଅଛି ଚେତା ଫେରିଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ଯିବ ବୋଲି କହିଥିଲେ। ଏବଂ ଅଜଣା ଯୁବକଙ୍କ ପରିଚୟ ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *