Spread the love

ବିଶ୍ବ ଅଣ୍ଡା ଦିବସ ପାଳିତ

ଚଳିତ ବର୍ଷର ସ୍ଲୋଗାନ – ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା 

 

ଢେଙ୍କାନାଳ, ତା ୧୩.୧୦.୨୦୨୩ –

ଆଜି ବିଶ୍ଵ ଅଣ୍ଡା ଦିବସ । ଏହି ଉପଲକ୍ଷେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ପୌରୋହିତ୍ୟରେ ଆଜି ଅଣ୍ଡା ଦିବସ ପାଳିତ ହୋଇଅଛି । ଅନ୍ୟ ଖାଦ୍ୟ ତୁଳନାରେ ଅଣ୍ଡାରେ ଅଧିକ ପ୍ରୋଟୀନ ଏବଂ ଭିଟାମିନ ରହିଛି । ଏହା ସହଜରେ ମିଳିପାରୁଛି, ଏହା ସ୍ବାଦିଷ୍ଟ ଏବଂ ପୁଷ୍ଟିକର ମଧ୍ୟ । ଏଣୁ ଏହାକୁ ଅଧିକାଂଶ ଦିନ ସମସ୍ତେ ଖାଇବା ଉଚିତ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । ଅଣ୍ଡା ଉତ୍ପାଦନରେ ଢେଙ୍କାନାଳ ଜିଲ୍ଲା ସ୍ୱାବଲମ୍ବୀ ହୋଇପାରିଛି । କୁକୁଡା ଚାଷ ଏବଂ ଅଣ୍ଡା ଉତ୍ପାଦନ ନିମନ୍ତେ ସରକାର ରିହାତି ଦେଇ ପ୍ରୋତ୍ସାହିତ କରୁଛନ୍ତି । ଏଣୁ ଅଧିକ ରୁ ଅଧିକ ଉତ୍ପାଦନ ନିମନ୍ତେ କୁକୁଡା ଚାଷୀ ଓ ମହିଳା ସ୍ଵୟମ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଆଗେଇ ଆସିବାକୁ ଉଦ୍ୟୋଗୀ ଚାଷୀ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଡମ୍ବରୁଧର ସାମଲ ଉତ୍ସବରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଶୁକ୍ରବାର ଦିନ ଏହି ବିଶ୍ବ ଅଣ୍ଡା ଦିବସ ପାଳନ କରାଯାଇଥାଏ । ଅଣ୍ଡା ଉତ୍ପାଦନରେ ବିଶ୍ବରେ ଆମ ଦେଶ ତୃତୀୟ ସ୍ଥାନ ଅଧିକାର କରିପାରିଛି । ଅଣ୍ଡା ଉତ୍ପାଦନ ରେ ଆମ ରାଜ୍ୟ ବଳକା ରାଜ୍ୟ ହୋଇପାରିଛି ଏବଂ ଆମ ଢେଙ୍କାନାଳ ଜିଲ୍ଲା ମଧ୍ୟ ରାଜ୍ୟରେ ତୃତୀୟ ସ୍ଥାନ ଗ୍ରହଣ କରିପାରିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଉତ୍ସବରେ ଜିଲ୍ଲା ଗୀତାଶ୍ରୀ ପାଢୀ, ଜିଲ୍ଲା ମହାନ୍ତି, ଜିଲ୍ଲା ପ୍ରାଣୀ

ମତ୍ସ୍ୟ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ କର, ଉଦ୍ୟାନ କୃଷିର ଉପ ନିର୍ଦ୍ଦେଶକ ଶ୍ରୀମତୀ ମୁଖ୍ୟ କୃଷି ଅଧିକାରୀ ଦିପ୍ତିକାନ୍ତ ରାଉତରାୟ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିମଳେନ୍ଦୁ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀ ନାରାୟଣ ନନ୍ଦ, କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ

ଶ୍ରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଅଣ୍ଡା ଉପାଦେୟତା, ଉତ୍ପାଦନ, କୁକୁଡା ଚାଷ, ମାଛ ଚାଷ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଗ୍ରଣୀ କୁକୁଡା ଚାଷୀ ଭାଇଭଉଣୀ, ସ୍ଵୟମ ସହାୟକ ଗୋଷ୍ଠୀର ମହିଳା କୁକୁଡା ଚାଷୀ ସଦସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You missed