ନେପୁ ର ନୂତନ କର୍ମକର୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ର ଅଗ୍ରଣୀ ଓ ନବରତ୍ନ କାରଖାନା ନାଲକୋ ର ଟ୍ରେଡ ୟୁନିୟନ ନେପୁ ତାର ପରିବର୍ଦ୍ଧିତ କର୍ମକର୍ତା ମାନଙ୍କର ଓ ନୂତନ କର୍ମକର୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ନେପୁ ର ସଭାପତି ତଥା ତାଳଚେର ର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଶପଥ ଗ୍ରହଣ ଉତ୍ସବ ନେପୁ ୟୁନିୟନ ର ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭା ର ଉପବାଚସ୍ପତି ତଥା ଅନୁଗୋଳ ର ବିଧାୟକ ରଜନୀକାନ୍ତ ସିଂ, ମୁଖ୍ୟ ବକ୍ତା ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ତାଙ୍କ ସହ ପାଲଲହଡା ବିଧାୟକ ମୁକେଶ ପାଳ, ଅନୁଗୋଳ ବିଜୁ ଜନତା ଦଳ ର ସଭାପତି ମହେନ୍ଦ୍ର ବସ୍ତିଆ , ଶ୍ରମିକ ନେତା ମିନା କେତନ ଆମନ୍ତ , ନାଲକୋ ର ନିର୍ବାହୀ ନିର୍ଦ୍ଦେଶକ ଅମୀୟ କୁମାର ସ୍ୱାଇଁ , ନେପୁ ର ପୁନଃ ନିର୍ବାଚିତ ସାଧାରଣ ସମ୍ପାଦକ ବୈରାଗୀ ସେଠ , ନେପୁ ର ଆଇନ ପରାମର୍ଶ ଦାତା ସୁଶାନ୍ତ ମିଶ୍ର , ନେପୁ ର ପୂର୍ବତନ ସଭାପତି ବିନୋଦ ସେଠ , ଅନୁଗୋଳ ଜିଲ୍ଲା ଓକିଲ ସଂଘ ର ସଭାପତି ଦିଲ୍ଲିପ୍ ସାହୁ, ପୂର୍ବତନ ଶ୍ରମିକ ନେତା ତ୍ରିଲୋଚନ ପ୍ରଧାନ ଆଦି ଉପସ୍ଥିତ ଥିଲେ | ଏହି ଶପଥ ଗ୍ରହଣ ଉତ୍ସବ ରେ ୬୦ ଜଣ ନୂତନ କର୍ମକର୍ତା ଶପଥ ପାଠ କରିଥିଲେ ଓ ସେମାନେ କେବଳ ନେପୁ ୟୁନିୟନ୍ ପାଇଁ ନୁହେଁ ବରଂ ନାଲକୋ ପାଇଁ ଓ ଶ୍ରମିକ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ ।




