Spread the love

ଜଗତସିଂହପୁର
ତା =1/12/23
ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଗ୍ରାମର ସମାଜସେବୀ ତଥା ବରିଷ୍ଟ ବିଜେଡି କର୍ମୀ ମଦନ ମୋହନ ରାୟ ଙ୍କ ର ଗତ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଘରୋଇ ଚିକିତ୍ସାଳୟ ରେ ଦେହାନ୍ତ ହୋଇଛି | ସ୍ବର୍ଗତ ରାୟ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତଥିବାରୁ ଭୁବନେଶ୍ୱର ରେ ଏକ ଘରୋଇ ଚିକିତ୍ସାଳୟ ରେ ଚିକିଛିତ ହେଉଥିଲେ |ଗତ ଗୁରୁବାର ଦିନ ତାଙ୍କ ର ଦେହାନ୍ତ ହେବାରୁ ଆତ୍ମୀୟ ସ୍ୱଜନ, ପରିବାର ବର୍ଗ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସମ୍ପର୍କ କରିଛନ୍ତି | ସ୍ବର୍ଗତ ରାୟ ଜଣେ ମିଷ୍ଟାଭାସି, ପରୋପକାରୀ, ସମାଜ ସଂସ୍କାରକ ବ୍ୟକ୍ତି ଥିଲେ |ଛାତ୍ର ଜୀବନରୁ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନତା ଦଳ ଏବଂ ପରବର୍ତ୍ତୀ ସମୟରେ ଦିବଂଗତ ନେତା ବିଷ୍ଣୁ ଦାସ ଏବଂ ଗୋଲଖ ବିହାରୀ ରାୟ ଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ର ସକ୍ରିୟ ସଭ୍ୟ ଭାବେ ଅନେକ ଜନ ହିତକର କାର୍ଯ୍ୟକରୀ ମୁଦୁପୁର ପଞ୍ଚାୟତ ରେ ଘରେ ଘରେ ସମସ୍ତ ଙ୍କ ପ୍ରିୟପାତ୍ର ହୋଇପାରିଥିଲେ | ତାଙ୍କ ବିୟୋଗ ରେ ଆଖ ପାଖ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି | ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ଜଗତସିଂହପୁର ବିଧାୟକ ତଥା ବିଧାନସଭା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଜ଼ିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ବରିଷ୍ଟ ଆଇନୀଜୀବି ସୁରପ୍ରସାଦ ବାରିକ, ସମିତି ସଭ୍ୟା ମୌସୁମୀ ବାରିକ,ମା ଅମ୍ବିକା ଅନୁସୂଚିତ ଜାତି ଜନ ଜାତି ଆବାସିକ ବିଦ୍ୟାଳୟ ସମ୍ପାଦକ ସମାଜସେବୀ ଜୀବନ ସାମନ୍ତରାୟ, ପ୍ରମୁଖ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed