ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ମିଳିଲା ବୋମା ଧମକ । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି ।
ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକରଣ ଦଳ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ କୋର୍ଟ ପରିସରରେ ପହଞ୍ଚି ତନାଘନା ଛାନଭିନ୍ ଆରମ୍ଭ କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-20_07-13-17-909-scaled.jpg)