Spread the love

ଜୀବନ ବୀମା ଅଭିକର୍ତ୍ତା ସଂଘ ଜଗତସିଂହପୁର ଶାଖା ପକ୍ଷରୁLIC ଅଫିସ ସମ୍ମୁଖ ରେ ଏକ ଦିବାସୀୟ ଧାରଣା

ଜଗତସିଂହପୁର ତା =28/10/24ଜଗତସିଂହପୁର ଏଲ ଆଇ ସି ଅଫିସ ସମ୍ମୁଖରେ ଜୀବନବୀମା ଅଭିକର୍ତ୍ତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ନୂତନ ପଲିସ ପାଇଁ ଧର୍ଯ୍ୟ ହୋଇଥିବା ଅଧିକତମ ବୟସ ସୀମା ପଚାଶ ବର୍ଷ ରୁ ପଞ୍ଚାବନ ବର୍ଷକୁ ବୃଦ୍ଧି କରିବା | ନୂତନ ପଲିସ କ୍ଷେତ୍ରରେ ସର୍ବନିମ୍ନ ବୀମା ରାଶି ଦୁଇଲକ୍ଷ୍ୟ ଟଙ୍କା ରୁ ଏକ ଲକ୍ଷ୍ୟ ଟଙ୍କା ହ୍ରାସ କରିବା | ନୂତନ ପଲିସ କ୍ଷେତ୍ରରେ ନିଆଯାଇଥିବା ପ୍ରିମିୟମ କୁ ହ୍ରାସ କରିବା | ପଲିସ ଧାରି ଙ୍କ ନିମନ୍ତେ ପଲିସ ରେ ବୋନସ ବୃଦ୍ଧି ଓ ଲୋନ କ୍ଷେତ୍ରରେ ସୁଧ ହାରକୁ ହ୍ରାସ କରିବା ଆଦି ଦାବି ନେଇ ଜୀବନ ବୀମା ଅଭିକର୍ତ୍ତା ସଂଘ ସଭାପତି ବେଣୁଧର ପରିଡା, ଉପ ସଭାପତି ଶରତ କୁମାର ସେଠି, ସମ୍ପାଦକ କୃପାସିନ୍ଧୁ ବାରିକ, ପ୍ରଶାନ୍ତ କୁମାର ଓଝା ପ୍ରମୁଖ ଶତାଧିକ ଏଜେଣ୍ଟ ଧାରଣା ପଦର୍ଶନ କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed