ଏଗାର ଦଫା ଦାବି ନେଇ 108 ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ଆନ୍ଦୋଳନ | ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ
ଜଗତସିଂହପୁର ତା =28/10/24 – ଅଲ ଓଡିଶା 108 ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ନୂତନ କମ୍ପାନୀ ରେ ନିଯୁକ୍ତି ପ୍ରଦାନ କରିବା | 108ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ରୁ ମୁକ୍ତ କରି ନିୟମିତ କରିବା |ବାର ଘଣ୍ଟା କାର୍ଯ୍ୟ ନିମନ୍ତେ ଉଚିତ ପ୍ରାପ୍ୟ ଦିଆଯିବା | ମୃତ୍ୟୁ କାଳୀନ ଅନୁକମ୍ପା ରାଶି କୋଡିଏ ଲକ୍ଷ୍ୟ ଟଙ୍କା, ଆକର୍ମନ୍ୟ ହେଲେ ଦଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା | 108ଆମ୍ବୁଲାନ୍ସ କର୍ମଚାରୀ ଆକ୍ରମଣ ର ଶିକାରୀ ହେଲେ ସ୍ୱତନ୍ତ୍ର ଦଣ୍ଡ ବିଧାନ ସହ ଦୋଷୀମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଏଗାର ଦଫା ଦାବି ନେଇ ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଅଲ ଓଡିଶା 108ଆମ୍ବୁଲାନ୍ସ କର୍ମଚାରୀ ସଂଘ ଜ଼ିଲ୍ଲା ସଭାପତି ସୁବୋଧ ନାଥ ଶର୍ମା, ସମ୍ପାଦକ ତାପସ ରଞ୍ଜନ ଦାସ, ସହ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ, ପ୍ରମୁଖ ଶତାଧିକ କର୍ମଚାରୀ ଦାବିପତ୍ର ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



