Spread the love

ଖରସ୍ରୋତା ପୁସ୍ତକ ମେଳାର ଭ୍ରାମ୍ୟମାଣ ପ୍ରସ୍ତୁତି ବୈଠକ ଦ୍ବିତୀୟ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କପିଳା ପଞ୍ଚାୟତର ଗୁହାରି ସ୍ଥିତ ଭାସ୍ମର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ସମାଜସେବୀ ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରବିନାରାୟଣ ସାମଲ, ସୁରେନ୍ଦ୍ର କୁମାର ପତି,ସଚିତାନନ୍ଦ ଗୁରୁ, ପ୍ରଫୁଲ୍ଲ କୁମାର ବେହେରା, ରତ୍ନାକର ସାହୁ,ଦଶରଧ ସାହୁ, ସରୋଜ ନାୟକ, ସନ୍ତୋଷ ବେଉରିଆ, ରମାକାନ୍ତ ନାୟକ,ବିଷ୍ଟୁଚରଣ ସାମଲ,ସରୋଜ ମଲ୍ଲୀକ ଙ୍କ ସମେତ ବହୁ ବୃଦ୍ଧି ଜିବି ଯୋଗଦେଇ ଥିଲେ।ଏଥର ଯାଜପୁର ପୁସ୍ତକ ମେଳାର ଆରମ୍ଭ ପୃର୍ବରୁ ଖରସ୍ରୋତା ପୁସ୍ତକ ମେଳା କିଭଳି ଆରମ୍ଭ ହେବ ଏବଂ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିବ ଓ ବିଂଝାରପୁର, ବରୀ,ଆଳି ଓ ରାଜକନିକା ଓ ଦଶରଧପୁର ଅଞଳର ଶତାଧିକ ବୁଦ୍ଧିଜୀବୀ ଏହି ବୈଠକରେ ଉପସ୍ଥିତ ଥିଲେ। ପରବର୍ତ୍ତୀ ବୈଠକ ବରୁଣେଶ୍ଵର,କଟକ ଓ ପ୍ରୀତିପୁର ଠାରେ ହେବବୋଲି ବୈଠକରେ ସ୍ଥିର କରାଗଲା।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *