Spread the love

ଭୂବନେଶ୍ୱର, ୦୧/୧୨ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ପର୍ଯ୍ୟଟନ ସଚିବ ସମର୍ଥ ବର୍ମା, ଯୁଗ୍ମ ନିର୍ଦେଶକ ସରୋଜ କୁମାର ସ୍ୱାଇଁ, ଓଟିଡିସି ସାଧାରଣ ପରିଚାଳକ ଲଲାଟେନ୍ଦୁ ସାହୁ, ପ୍ରକଳ୍ପ ନିର୍ଦେଶକ ଓ ସ୍ଥାନୀୟ ତହସିଲଦାର ଅନିଲ୍ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟ ତଦାରଖ କରିଛନ୍ତି।

ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ନୃତ୍ୟାଙ୍ଗନା ଓ ଅତିଥିଙ୍କ ଅପେକ୍ଷାରେ ରହିଛି ମୁକ୍ତାକାଶ ରଙ୍ଗମଞ୍ଚ। ସେହିପରି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବାକୁ ଥିବା ବାଲୁକାକଳା ଉତ୍ସବରେ ଦେଶବିଦେଶର ବାଲୁକାଶିଳ୍ପୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷାବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବାବେଳେ ବ୍ୟାପକ ପରିମାଣର ଫୋର୍ସ ସହ ସାଦା ପୋଷାକଧାରୀ ପୁଲିସ୍, ବୋମା ନିଷ୍କ୍ରିୟକାରୀ ଦଳ ଓ ଲାଇଫଗାର୍ଡ ନିୟୋଜିତ କରାଯାଇଛି। ସୂର୍ଯ୍ୟମନ୍ଦିର ଉପରେ ଅନୁଷ୍ଠିତ ହେଉଥିବା ଶଦ୍ଦ ଓ ଆଲୋକ ଶୋ’ ୫ ଦିନ ଲାଗି ବନ୍ଦ ରହିବ। ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି।

Leave a Reply

Your email address will not be published. Required fields are marked *

You missed