Spread the love

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଆଲୋଚନା ସଭା
ରେଙ୍ଗାଲି / ଲଇଡା: ୨୯/୧୨: ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ଲଇଡା ଗ୍ରାମ ପଞ୍ଚାୟତ ର ଦଲପତ ପାଲି ଗ୍ରାମରେ ଲକ୍ଷ୍ମୀକାନ୍ତ କୁସୁମ ଙ୍କ ଯୁବ ନେତା ଧରଣୀ ଧର ବାଗ, ନାରୀନେତ୍ରୀ ସଭାପତିତ୍ୱରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ ସୌମ୍ୟ ରଞ୍ଜନ ରୋହିଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଭାରତୀୟ ସଂବିଧାନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସାମାଜିକ ସମାନତା ପ୍ରତିଷ୍ଠା ପାଇଁ ସମ୍ବିଧାନ କୁ କଡା କଡ଼ି ଲାଗୁ କରାଯିବାକୁ ଆହ୍ବାନ କରିଥିଲେ ।ପ୍ରାରମ୍ଭ ରେ ସମିତି ର ଆବାହକ ସୁରୁ ମଣି ସୁ ନା ନୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିବା ପରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼. ମନ ମୋହନ ସିଂ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ସଭାରେ ଯୁବ ନେତା ଧରଣୀ ଧର ବାଗ, ନାରୀନେତ୍ରୀ ବାବୁଣି ରାଣୀ ସହଁଶିଆ, ସାମାଜିକ କର୍ମୀ ଭୀଷ୍ମ ଦେବ ସହଁସିଆ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସଭାରେ ଗୃହୀତ ପ୍ରସ୍ତାବ ରେ ଡ଼ ଭୀମ ରାଓ ଆମ୍ୱେଦକର ଙ୍କ ପ୍ରତି ଘରୋଇ ମନ୍ତ୍ରୀ ଙ୍କ ଅସମ୍ମାନକୁ ତୀବ୍ର ସମାଲୋଚନା କରାଯାଇଥିଲା ।ଶେଷରେ ଆୟୋଜକ ଧରଣୀ ଧର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You missed