Spread the love

ଉଦୟଭାନୁ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କପିଳା ପଞ୍ଚାୟତର ରାହାସଗୁହାଳୀ ସ୍ଥିତ ଭାଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଉଦୟ ଭାନୁ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବ୍ରଜସୁନ୍ଦର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ଅଜୟ କୁମାର ଓଝା ପରିଚାଳନା କରିଥିଲେ। ସଂପାଦକୀୟ ବିବରଣୀ ପାଠ କରିଥିଲେ ସଂପାଦକ ସୁରେନ୍ଦ୍ର କୁମାର ପତି।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ଦାମୋଦର ବେହେରା, ବିଶିଷ୍ଟ ଅତିଥି ଭାବେ ଅଧ୍ୟାପକ ସତ୍ୟରଞ୍ଜନ ନାୟକ, ସରପଞ୍ଚ ଦେବଦତ୍ତ ସେଠୀ ପ୍ରମୁଖ ଯୋଗଦେଇ ଥିଲେ।କବିତା ପାଠୋତ୍ସବ ରେ ସଞୋଜନା କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଓ ବଳିଷ୍ଠ କବି ରଶ୍ମିତା ସେନାପତି ଓ ଜିତେନ୍ଦ୍ର ବେହେରା।ଏହି ଅବସରରେ ଉଦୟାର୍କ ଓ ନଟବର ଦାସଙ୍କ ପୁସ୍ତକ ଦାରୁ ଦିଅଁ ର ଉନ୍ମୋଚନ ଅତିଥି ମାନଙ୍କ କରକମଳରେ ହୋଇଥିଲା। ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏବଂ ବିଂଝାରପୁର ଅଞ୍ଚଳର ବରିଷ୍ଠ ସମାଜସେବୀ ଓ ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁଙ୍କୁ ଭାନୁଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ଓ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *