Spread the love

(କଣ୍ଟାବଳ୍ଳବପୁର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟନ )
ଜଗତସିଂହପୁର
ତା =21/1/25
କଣ୍ଟାବଳ୍ଳବପୁର ସେବା ସମବାୟ ସମିତି ପକ୍ଷରୁ ହାଟ ବଜ଼ାର ଠାରେ ଧାନ ମଣ୍ଡି ଉଦଘାଟନ ଉଛବ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଧାନ ମଣ୍ଡି କାର୍ଯ୍ୟାଳୟ କୁ ରିବନ କାଟି ଉଦଘାଟନ କରିବା ପରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ |ଏହା ପରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା | ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ |ମୁଖ୍ୟ ବକ୍ତା ଜଗତସିଂହପୁରଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତ ଅତିଥିଭାବେ ପୌର ପାରିଷଦ ଅଧକ୍ଷା ଅର୍ଚ୍ଚନା ସିଂ |ଜଗତସିଂହପୁର ପଞ୍ଚାୟତ ସମିତି ଅଧକ୍ଷା କନକ ପ୍ରଭା ଲେଙ୍କା, ଉପାଧକ୍ଷ ରତିରଞ୍ଜନ ବେହେରା, ପୌର ପରିଷଦ ଉପାଧକ୍ଷ ରାଜେନ୍ଦ୍ର ବିଶୋଇ, ନିୟନ୍ତ୍ରିତ ବଜାର କମିଟି ଉପ ସଭାପତି ଦୀପ୍ତି ଦାସ, ସମାଜସେବୀ ବିନାୟକ ପଟ୍ଟନାୟକ, କଣ୍ଟାବଲ୍ଳଭପୁର ସେବା ସମବାୟ ସମିତି ସଭାପତି ଜଗନ୍ନାଥ ମୁଦୁଲି |ପ୍ରମୁଖ ଯୋଗଦେଇଥିଲେ |ଚଳିତ ବର୍ଷ ଚାଷୀ ମାନଙ୍କୁ ଧାନ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ | କାଟିନିଛଟିନି ସମ୍ପୂର୍ଣ ବନ୍ଦ କରାଯିବ |ରାଜ୍ୟ ସରକାର ଉନ୍ନତ ମାନର ଧାନ ସଂଗ୍ରହ କରିବେ, ଧାନ କଳା ବଜ଼ାରୀ ହେବ ନାହିଁ |ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed