ପ୍ରକୃତି ମେଳାରେ ହିମାଳୟର ଜୈବ ବିବିଧତା ଉପରେ ପ୍ରକଳ୍ପ
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅନୁଷ୍ଠିତ ପ୍ରକୃତିମେଳାକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପି ସି ଅଗ୍ରୱାଲ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଅନୁଷ୍ଠାନର ବିଇଡି ପ୍ରଶିକ୍ଷାର୍ଥୀ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଶୁଭମ୍ ସିଂ, ଉଦୟ ଗୁପ୍ତା, ବନିତା ସିଂହା, ଉଦୟ ବାହାଦୂର, ସ୍ମୃତି ପ୍ରସାଦ ନାୟକ ଜୈବ ବିବିଧତା ହଟ୍ ସ୍ପଟ୍ (ହିମାଳୟ ପର୍ବତମାଳା) ରେ ଉପଲବଧ ଫ୍ଲୋରା ଓ ଫନା ଉପରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶନ କରି ପରିସଂସ୍ଥା ପ୍ରତି ବିଭିନ୍ନ ବିପଦ ଉପରେ ଆଲୋକପାତ କରିବା ସହିତ ଜୈବ ବିବିଧତା ସଂରକ୍ଷଣକୁ ଗୁରୁତ୍ବ ପ୍ରଦାନ କରିଥିଲେ। “ସାମୁଦ୍ରିକ ଗୁଳ୍ମ ମାଧ୍ୟମରେ କାର୍ବନ ସିକ୍ୱେଷ୍ଟ୍ରେସନ “ଶୀର୍ଷକ ପ୍ରକଳ୍ପ ପ୍ରସ୍ତୁତ କରି ବିଇଡି ପ୍ରଶିକ୍ଷାର୍ଥୀ ପ୍ରଭୁପାଦ ମିଶ୍ର, ଦୀପାଞ୍ଜଳି ଦାଶ, ତମନ୍ନା ବଜାଜ୍ ପ୍ରଦର୍ଶନ କରିଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷକ ପୁସ୍ତମ୍ ବିଶିଙ୍କ ମତାନୁସାରେ ପ୍ରତିଷ୍ଠାନର ସମସ୍ତ ପ୍ରଶିକ୍ଷାର୍ଥୀ ପ୍ରକଳ୍ପର ବିଷୟବସ୍ତୁକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ପ୍ରକାଶଥାଉକି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଚାଲିଥିବା ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବିଜ୍ଞାନ ଏବଂ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକୃତି ମେଳାରେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ପ୍ରକଳ୍ପ ଅନେକ ତଥ୍ୟ ସଂଗ୍ରହ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

