ହୀରକ ଜୟନ୍ତି କମିଟି ପକ୍ଷରୁ ମହତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ
କୁଚିଣ୍ଡା , କୁଚିଣ୍ଡା ସହର ଉପକଣ୍ଠରେ ଥିବା ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ କମିଟି ପକ୍ଷରୁ ଦୁଇ ଚରଣରେ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି । ସକାଳ ନଅ ଟା ସମୟରେ କମିଟି ର ସଭାପତି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ସମ୍ପାଦକ କୋଶଳେଶ୍ୱର ଖର୍ସେଲ, ପୂର୍ବ ପରିଚାଳନା କମିଟି ସଭାପତି ଗଜେନ୍ଦ୍ର ସାଥୁଆ, ପ୍ରଧାନ ଶିକ୍ଷକ ସୁରଭି ନାଏକ,ବରିଷ୍ଠ ଶିକ୍ଷକ ଅନନ୍ତ ରାମ ପଟେଲ,ସି. ଆର ସି ସି ସଞ୍ଜୟ ନାଗ ଓ ପୁରାତନ ଛାତ୍ର,ଛାତ୍ରୀ ଉପସ୍ଥିତ ରହି କୁଚିଣ୍ଡା କଲା ପରିଷଦ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହା ପରେ ଅପରାହ୍ନ ଦୁଇଟା ସମୟରେ ସ୍କୁଲ ପରିସରରେ ସ୍କୁଲ ଚେୟାର ମେନ ମନୋଜ ଭଞ୍ଜଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀ ସମଗ୍ର ବିଶ୍ଵରେ ଆଜି ଅହିଂସା ର ପ୍ରତୀକ ଭାବରେ ପୂଜିତ ବୋଲି କହିଥିଲେ ।ଏଥିରେ ଚାଷୀ ନେତା ମନୋରଞ୍ଜନ ପଟେଲ ,ସରକାରୀ ଓକିଲ ତୁଳା ରାମ ବାଘ ,ସାମାଜିକ କର୍ମୀ ଲଲା ଟେନ୍ଦୁ ପଟେଲ, ବିଜେପି କର୍ମୀ ଚତୃଭୂଜ ସାହୁଙ୍କ ସମେତ ଶତାଧିକ ଗ୍ରାମ ବାସୀ ଅଂଶ ଗ୍ରହଣ କରି ବାପୁଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଏଡଭୋକେଟ ତରମ୍ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।



