Spread the love

ଅନୁଗୋଳ : ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ। ନାବାଳକ ଜଂଘରେ ବାଜିଛି ଗୁଳି। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ନାବାଳକ ହେଲେ ଶ୍ରୀକାନ୍ତ ଗୋଛାୟତ। ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଗୁଳି ଫୁଟିଥିବା ଅଭିଯୋଗ ହେଇଛି।

ତେବେ ସେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଅନୁଗୁଳ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ତାଙ୍କ ଜଙ୍ଘରେ ଗୁଳି ବାଜିଛି। ଶ୍ରୀକାନ୍ତ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିବା ଅନୁମାନ କରାଯାଉଛି। କିଏ ଗୁଳିମାଡ଼ କଲା କାରଣ ଜଣାପଡିନଥିବା ବେଳେ ନିଶା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *