Spread the love

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି ।

ପାସପୋର୍ଟ ନିୟମ ସଂଶୋଧନ ଅନୁସାରେ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ବୋଲି ବିବେଚନା କରାଯିବ । ଚଳିତ ସପ୍ତାହରେ ପାସପୋର୍ଟ ନିୟମ ୧୯୮୦ରେ ସଂଶୋଧନ କରିବା ପାଇଁ ଏକ ଅଧିକାରୀକ ନୋଟ୍ ଜାରି କରାଯାଇଛି। ସରକାରୀ ଗେଜେଟରେ ସଂଶୋଧନ ପ୍ରକାଶ ପାଇବା ପରେ ନୂତନ ପାସପୋର୍ଟ ନିୟମ ଲାଗୁ ହେବ।ନୂତନ ନିୟମ ଅନୁଯାୟୀ ଜନ୍ମ ଏବଂ ମୃତ୍ୟୁ ରେଜିଷ୍ଟ୍ରାର, ମ୍ୟୁନିସିପାଲିଟି କର୍ପୋରେସନ୍ କିମ୍ବା ଜନ୍ମ ଏବଂ ମୃତ୍ୟୁ ଅଧିନିୟମ ୧୯୬୯ ଅନୁଯାୟୀ କ୍ଷମତାପ୍ରାପ୍ତ ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ଜନ୍ମ ପ୍ରମାଣପତ୍ରକୁ ଅକ୍ଟୋବର ୧, ୨୦୨୩ରେ କିମ୍ବା ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜନ୍ମ ତାରିଖ ପ୍ରମାଣ ଭାବରେ ଗ୍ରହଣ କରାଯିବ।ଅନ୍ୟ ଆବେଦନକାରୀମାନେ ଜନ୍ମ ତାରିଖର ପ୍ରମାଣ ଭାବରେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ପାରିବେ ।ଭାରତୀୟ ପାସପୋର୍ଟ ୩ ପ୍ରକାରର ହୋଇଥାଏ। ଗୋଟିଏ ନିୟମିତ, ଦ୍ବିତୀୟଟି ଅଧିକାରିକ ଓ ଅନ୍ୟଟି ଡିପ୍ଲୋମ୍ୟାଟିକ୍ ହୋଇଥାଏ। ଏକ ନିୟମିତ ପାସପୋର୍ଟର ବୈଧତା ୧୦ବର୍ଷ ପର୍ଯ୍ୟନ୍ତ ଥାଏ।

Leave a Reply

Your email address will not be published. Required fields are marked *

You missed