Spread the love

ମଦ୍ୟପ କୁଳାଙ୍ଗାର ପୁଅର ଭୁଜାଲି ଆକ୍ରମଣରେ ବାପ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। କୁଳାଙ୍ଗାର ପୁଅର ଭୁଜାଲି ମାଡରେ ବାପା ଗୁରୁତର ଆହତ l ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଚମ୍ପୁଆ ସଂଲଗ୍ନ ଝାଡ଼ଖଣ୍ଡ ରାଜ୍ୟ ଜୟନ୍ତିଗଡ କୁ ବାପା ଶୁକଲାଲ ମୁଣ୍ଡା ଶନିବାର ହାଟକୁ ଯାଇଥିଲା। ହାଟରୁ ବସରେ ଆସି ଚିମିଳା ଛକରେ ଓହ୍ଲାଇ ଥିବା ବେଳେ ହଠାତ ତାଙ୍କ ବଡ ପୁଅ ଶତ୍ରୣଘନ ମୁଣ୍ଡା ଅତ୍ୟଧିକ ମଦ୍ୟପାନ କରିଥିବା ଅବସ୍ଥାରେ ତାଙ୍କୁ ଅତର୍କିତ ଭାବେ ଭୁଜାଲିରେ ଆକ୍ରମଣ କରିଥିଲା ,ଫଳରେ ବାପା ସୁକଲାଲ ମୁଣ୍ଡା ଗୁରୁତର ଆହତ ହୋଇଥିବା ନେଇ ସୂଚନା l ତାଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଥିଲା ପରେ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛିl

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *

You missed