Spread the love

ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ହରିହନ୍ତା ପଞ୍ଚାୟତ ସ୍ଥିତ ମଙ୍ଗୁଳି ଛକ ନିକଟସ୍ଥ ହାଉସ୍ ଅଫ ଜନ୍‌ସନ୍, ସି ଭି ସ୍ ବିତରକ, ବିଲ ତେରୁଆଁ ଠାରେ ତେରାପନ୍ଥ ଯୁବକ ପରିଷଦ କଟକ ଏବଂ ସି.ଏ.ଆର ବାୟ କ୍ଲିନିକ୍, ପି ପି ଗ୍ରୁପ କ୍ୟାମ୍ପସ, ଛତିଆ ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡକ୍ଟର ଦେବପ୍ରିୟା ଷଡ଼ଙ୍ଗୀ ମେଡ଼ିସିନ ବିଭାଗ, ଡକ୍ଟର ଦୁର୍ଗା ପ୍ରସାଦ ଯାଦବ ଚକ୍ଷୁ ବିଭାଗ, ଡକ୍ଟର ଆରୋଷିଶ ସାହୁ ଅସ୍ଥିଶଲ୍ୟ ବିଭାଗ, ଡକ୍ଟର ସିତାଂଶୁ କର ଦନ୍ତ ବିଭାଗର ଅଭିଜ୍ଞ ଡକ୍ଟର ଙ୍କ ଦ୍ଵାରା ଏକ ଶହ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇଥିଲା। ମଧୁମେୟ, ଉଚ୍ଚ ରକ୍ତ ଚାପ, ଇସିଜି ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଥିଲେ ଏବଂ କ୍ରାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *