Spread the love

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ମହୋତ୍ସବ ଓ ୩୮ତମ ଆଂଚଳିକ ବାର୍ଷିକ ସତସଙ୍ଗ ଉତ୍ସବ

ଢେଙ୍କାନାଳ, ୨/୩: ପରମପୂଜ୍ୟପାଦ ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ତମ ଜନ୍ମ ମହୋତ୍ସବ ଓ ୩୮ତମ ଆଂଚଲିକ ବାର୍ଷିକ ସତ୍ସଙ୍ଗ ଉତ୍ସବ ଓଡାପଡା ବ୍ଲକ୍ ସାଇଁବିରି ଗ୍ରାମର ସତ୍ସଙ୍ଗ କେନ୍ଦ୍ର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ବ୍ରାହ୍ମ ମୁହୂର୍ତରେ ବେଦମାନଙ୍ଗନକ, ପ୍ରତ୍ୟୁଷେ ଉଷା କୀର୍ତନ, ପ୍ରାତଃ ୫.୫୦ମି.ରେ ସମବେତ ପ୍ରାତଃ ବିନତି ପ୍ରାର୍ଥନା ତତ୍ ପରେ ସମବେତ ନାମ ଜପ ଓ ଶ୍ରୀ ଶ୍ରୀ ଠାକୁରଙ୍କର ଅନ୍ୟ ଗ୍ରନ୍ଥାଦି ପାଠ କରାଯାଇଥିଲା । ସକାଳ ୯ ଟାରେ ନଗର କୀର୍ତନ, ଭକ୍ତି ସଙ୍ଗୀତାଞ୍ଜଳି, ସତ୍ରଙ୍ଗ, ସଦାଲୋଚନା ଓ ମଧ୍ୟାହ୍ନରେ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ସମବେତ ସାନ୍ଧ୍ୟ ବିନତି ପ୍ରାର୍ଥନା ଓ ସଗ୍ରନ୍ଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ନରସିଂହପୁର କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ପରିଡା ଓ ସମ୍ମାନିତ ଅତିଥ୍ ଭାବେ ସତ୍ସଙ୍ଗ ସହପ୍ରତି ଋତିକ୍ ରଘୁନାଥ ଦସ୍ତିଆ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଂଚଳିକ ସତ୍ୱଙ୍ଗ କେନ୍ଦ୍ରର ସଭାପତି ତଥା ଜାତକ ପ୍ରହଲ୍ଲାଦ ସାହୁ, ଯାଜକ ଅନ୍ତର୍ଯ୍ୟାମୀ ସାହୁ, ଆଦିତ୍ୟ ପଟ୍ଟନାୟକ, ଗତିକୃଷ୍ଣ ପରିଜା, ବିକ୍ରମ ସାହୁ, ରାମ ଚନ୍ଦ୍ର ସାହୁ, ମନୋଜ ଚନ୍ଦ୍ର ସାହୁ, ସୁଦାମ ମହାରଣା, ଶ୍ରୀନିବାସ ସାହାଣୀ, ରମେଶ ଚନ୍ଦ୍ର ସାହୁ, ସର୍ବେଶ୍ୱର ସାହୁ, ପଦ୍ମନାଭ ରଣା, ଗୁରୁଚରଣ ନାୟକ, ରାଜକିଶୋର ପାଣି ତତ୍ତ୍ୱାବଧାନ କରିଥିବାବେଳେ ୧୧ ଗୋଟି ପଂଚାୟତର ଗ୍ରମବାସୀ ଯୋଗଦେଇ ଠାକୁରଙ୍କ ବାଣୀ ଶ୍ରବଣ କରିବା ସହିତ ବିଷ୍ଣୁକୃପା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *

You missed